
ମାଲକାନଗିରି, ୧୩ ନଭେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ଆଜି ଏକ ମାନବିକତା ଦେଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନା ଅନୁଯାୟୀ ବ୍ଲକର ପୁରୁଣା ଓର୍କେଲ ଗାଁର ଦମନୀ ଆଲଙ୍ଗ ନାମକ ଜଣେ ବୃଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ ଓ ତାଙ୍କୁ ଜରୁରୀ ଭାବେ ରକ୍ତର ଆବଶ୍ୟକତା ହୋଇଥିଲା। ଏହା ସମ୍ବନ୍ଧରେ ସୂଚନା ପାଇ ଜିତୁ ବୁରୁଡି ସ୍ୱୟଂ ରକ୍ତଦାନ କରି ଏକ ମହାନ ମାନବିକ କାର୍ଯ୍ୟର ଉଦାହରଣ ସୃଷ୍ଟି କଲେ। ତାଙ୍କ ଏହି ଉଦାତ୍ର ପଦକ୍ଷେପକୁ ସମସ୍ତ ମହଲ ରୁ ପ୍ରଶଂସା ମିଳୁଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, “ଜୀତୁ ବୁରୁଡିଙ୍କ ଭଳି ଜନପ୍ରତିନିଧିମାନେ ଯଦି ସଦା ଲୋକଙ୍କ ସେବାରେ ଆଗୁଆ ହୁଅନ୍ତି, ତେବେ ସମାଜ ଅଧିକ ମାନବିକ ଓ ସକାରାତ୍ମକ ହୋଇଉଠିବ।”
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ