ମଧ୍ୟ ପ୍ରଦେଶର ଭୋପାଳରେ ଶୁକ୍ରବାର ଠାରୁ ଆରମ୍ଭ ହେବ ୭୮ତମ ଆଲମୀ ତବ୍ଲିଗି ଇଜ୍‌ତମା, ପ୍ରଥମ ଥର କ୍ୟୁଆର୍ କୋଡ଼ର ବ୍ୟବସ୍ଥା
ଭୋପାଳ, ୧୩ ନଭେମ୍ବର(ହି.ସ.) – ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର ଇଂଟଖେଡ଼ି ସ୍ଥିତ ଘାସିପୁରାରେ ୭୮ତମ ଆଲମୀ ତବ୍‌ଲୀଗି ଇଜ୍‌ତମା ଶୁକ୍ରବାର ୧୪ ନମ୍ବେମ୍ବରରୁ ଆରମ୍ଭ ହେଉଛି। ଦୁନିଆର ଏହି ସବୁଠାରୁ ବଡ଼ ମଜହବୀ ସମ୍ମିଳନୀରେ ଏଥର ଟେକ୍‌ନିକ ଏବଂ ପରମ୍ପରାର ଅନୋଖା ସଙ୍ଗମ ଦେଖିବାକୁ ମିଳିବ। ଇଜ୍‌ତ୍ମାରେ
ମଧ୍ୟ ପ୍ରଦେଶର ଭୋପାଳରେ ଶୁକ୍ରବାର ଠାରୁ ଆରମ୍ଭ ହେବ ୭୮ତମ ଆଲମୀ ତବ୍ଲିଗି ଇଜ୍‌ତମା, ପ୍ରଥମ ଥର କ୍ୟୁଆର୍ କୋଡ଼ର ବ୍ୟବସ୍ଥା


ଭୋପାଳ, ୧୩ ନଭେମ୍ବର(ହି.ସ.) – ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର ଇଂଟଖେଡ଼ି ସ୍ଥିତ ଘାସିପୁରାରେ ୭୮ତମ ଆଲମୀ ତବ୍‌ଲୀଗି ଇଜ୍‌ତମା ଶୁକ୍ରବାର ୧୪ ନମ୍ବେମ୍ବରରୁ ଆରମ୍ଭ ହେଉଛି। ଦୁନିଆର ଏହି ସବୁଠାରୁ ବଡ଼ ମଜହବୀ ସମ୍ମିଳନୀରେ ଏଥର ଟେକ୍‌ନିକ ଏବଂ ପରମ୍ପରାର ଅନୋଖା ସଙ୍ଗମ ଦେଖିବାକୁ ମିଳିବ। ଇଜ୍‌ତ୍ମାରେ ପ୍ରଥମ ଥର କ୍ୟୁଆର୍ କୋଡ଼ ଆଧାରିତ ବ୍ୟବସ୍ଥା ଲାଗୁ କରାଯାଇଛି। ଏଥିରେ ନା କେବଳ ସେବାଦାରଙ୍କୁ ନିଜ ଦାୟିତ୍ୱ ବୁଝିବାରେ ସହଜ ହେବ, ପରନ୍ତୁ ଆୟୋଜନ ସ୍ଥଳର ସମ୍ପୂର୍ଣ୍ଣ ସୂଚନା ମଧ୍ୟ ଡିଜିଟାଲ୍ ରୂପେ ଉପଲବ୍ଧ ହେବ।

ଇଜିତମା ଆୟୋଜନ ସମିତିର ପ୍ରବକ୍ତା ଡା. ଉମର ହଫିଜ ଗୁରୁବାରକୁ କହିଛନ୍ତି ଯେ ଚାରିଦିନିଆ ଏହି ମଜହବି ସମାଗମ ଶୁକ୍ରବାର ଦିନ ଫାଜିରର ନମାଜ ସହିତ ଆରମ୍ଭ ହେବ ଏବଂ ୧୭ ନଭେମ୍ବରକୁ ସାମୁହିକ ଦୁଆ ସହିତ ସମ୍ପନ୍ନ ହେବ। ସେ କହିଛନ୍ତି ଯେ ଭୋପାଳରେ ପ୍ରଥମେ ଆଧିକାରିକ ଇଜ୍‌ତମା ର ଆୟୋଜନ ୧୯୪୭ରେ ହୋଇଥିଲା। କରୋନା କାଳରେ ୨୦୨୦ରେ ଏହି ଆୟୋଜନ ହୋଇପାରି ନଥିଲା, ଏଥିପାଇଁ ୭୯ ବର୍ଷରେ ଏହି ଇଜ୍‌ତମାର ୭୮ତମ ଆୟୋଜନ ଅଟେ। ଏଥିରେ ଦେଶସାରାର ଜମାତୋ ଏବଂ ବିଦେଶରୁ ବ୍ୟକ୍ତିଗତ ରୂପେ ଆସୁଥିବା ମୁସ୍‌ଲିମ ନାଗରିକ ବଡ଼ ସଂଖ୍ୟାରେ ସାମିଲ ହେବେ। ପ୍ରାର୍ଥନାର ଶେଷ ଦିନ ପ୍ରାୟ ୧୨ ଲକ୍ଷ ଶ୍ରଦ୍ଧାଳୁଙ୍କ ଆସିବାର ଅନୁମାନ କରାଯାଉଛି। ବିଦେଶରେ ଆସୁଥିବା ଅନୁୟାୟିୟୋର ପୂର୍ବରୁ ପୋଲିସ୍ ଭେିରିଫିକେଶନ ହେବା। ଏହାପରେ ସମାଗମରେ ସାମିଲ ହେବାର ଅନୁମତି ଦିଆଯାଏ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande