
ମାଲକାନଗିରି, ୧୩ ନଭେମ୍ବର(ହି.ସ.) – ମାଲକାନଗିରି ଡି. ଏନ. କେ ଖେଳ ପଡ଼ିଆଠା ରେ ଜଗଦୀଶ ରାଓ କ୍ରିକେଟ କ୍ଳବ ପକ୍ଷରୁ ମାଲକାନଗିରି ପ୍ରିମିୟର ଲିଗ ୨୦୨୫ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଜିର ଉଦଘାଟନୀ ମ୍ୟାଚରେ କାଲିମେଳାର ମାହି ହୋଣ୍ଡା କିଙ୍ଗସ ଏକାଦଶ ଦଳ ଏମ.ଭି- ୭୯ର ସାବେରୀ ଟ୍ରାଇବାଲ ଯୋଦ୍ଧା ଦଳକୁ ୨୫ ରନରେ ପରାଜିତ କରିଛି। କାଲିମେଳାର ମାହି ହୋଣ୍ଡା କିଙ୍ଗସ ଏକାଦଶ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଟି ଉଇକେଟ ହରାଇ ମୋଟ ୧୮୧ ରନ କରିଥିଲା। ଏହାର ପ୍ରତି ଜବାବରେ ଏମ. ଭି-୭୯ର ସାବେରୀ ଟ୍ରାଇବାଲ ଯୋଦ୍ଧା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଉଇକେଟ ହରାଇ ମାତ୍ର ୧୫୬ ରନ ସଂଗ୍ରହ କରିଥିଲା। କାଲିମେଳାର ମାହି ହୋଣ୍ଡା କିଙ୍ଗସ ଏକାଦଶ ଦଳର ଦିନେସ ହାଲବା ୨୪ଟି ବଲରେ ୨୭ ରନ କରି ୩ ଓଭରରେ ମାତ୍ର ୨୨ ରନ ଦେଇ ପ୍ରେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ଅବସରରେ ପୂର୍ବତନ ଇଣ୍ଡିଆ ଟିମ ମ୍ୟାନେଜର ସତବିର ସିଂ, ଜିଲ୍ଲା କ୍ରିକେଟ ସଂଘ ସଭାପତି ଏମଡି ଫାରୁକ, ସମ୍ପାଦକ ବାବୁଲା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ