ନାବାଳିକାକୁ ଦୁଷ୍କର୍ମ, ଗଣଦୁଷ୍କର୍ମ ପରେ ଅପହରଣ ମାମଲା ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ
ସମ୍ବଲପୁର, ୧୩ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଂଚଳରେ ଗତ ୨୦୧୪ ମସିହାରେ ସଂଘଟିତ ଜଣେ ନାବାଳିକା ସହ ହୋଇଥିବା ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସମ୍ବଲପୁର ଅତିରିକ୍ତ ଜିଲା ଜଜ୍ ତଥା ପୋକ୍ସୋ ଅଦାଲତ ସ୍ୱତନ୍ତ୍ର ବିଚାରପତି ଅଭିଳ
ନାବାଳିକାକୁ ଦୁଷ୍କର୍ମ, ଗଣଦୁଷ୍କର୍ମ ପରେ ଅପହରଣ ମାମଲା ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ


ସମ୍ବଲପୁର, ୧୩ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଂଚଳରେ ଗତ ୨୦୧୪ ମସିହାରେ ସଂଘଟିତ ଜଣେ ନାବାଳିକା ସହ ହୋଇଥିବା ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସମ୍ବଲପୁର ଅତିରିକ୍ତ ଜିଲା ଜଜ୍ ତଥା ପୋକ୍ସୋ ଅଦାଲତ ସ୍ୱତନ୍ତ୍ର ବିଚାରପତି ଅଭିଳାଷ ସେନାପତି। ଏହି ମାମଲାରେ ସମୁଦାୟ ୨୫ ଜଣ ସାକ୍ଷ୍ୟ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଅନୁଧ୍ୟାନ ପୂର୍ବକ ଗୁରୁବାର ଏହି ମାମଲାର ରାୟ ପ୍ରକାଶ କରି ବିଚାରପତି ଉଭୟ ଅଭିଯୁକ୍ତ ଅନୁଗୁଳ ଜିଲା ତାଳଚେର ଟାଉନଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ୩୯ ବର୍ଷିୟ ଲକ୍ଷ୍ମୀଧର ମହାପାତ୍ର ଓ ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅନ୍ତର୍ଗତ ଭୋଜପୁର ଗ୍ରାମର ୩୫ ବର୍ଷିୟ ଢମଣା ଓରଫ ରାଜେନ୍ଦ୍ର ମହାନନ୍ଦିଆକୁ ଦଫା ୩୭୬(ଡି)ରେ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ଓ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ କରିଛନ୍ତି। ଜୋରିମାନା ଅର୍ଥ ଅନାଦେୟ କାମୁକ ଅଭିଯୁକ୍ତ ଦ୍ୱୟଙ୍କୁ ଅଧିକ ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦଫା ୩୬୩ ଓ ୩୪ରେ ଉଭୟଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ମଧ୍ୟ ଜୋରିମାନା କରିଛନ୍ତି ତଥା ଜରିମାନା ଅର୍ଥ ଅନାଦେୟ ଉଭୟ ଅଭିଯୁକ୍ତଙ୍କୁ ଅତିରିକ୍ତ ୬ ମାସ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ପୀଡ଼ିତଙ୍କୁ କ୍ଷତିପୂରଣ ସ୍ୱରୂପ ୧୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଜିଲ୍ଲା ଅ।।ଇନ୍ ସେବା ପ୍ରାଧିକରଣ ସଚିବଙ୍କୁ ବିଚାରପତି ସେନାପତି ନିର୍ଦ୍ଧେଶ ଦେଇଛନ୍ତି।

ମଳିଥିବା ସୂଚନାନୁସାରେ କୁଚିଣ୍ଡା ଥାନା ଅନ୍ତର୍ଗତ ରେଙ୍ଗାଲବେଡ଼ା ଗ୍ରାମର ୧୪ ବର୍ଷିୟା ପୀଡ଼ିତା ନାବାଳିକା ଜଣଙ୍କ ଗତ ୨୦୧୪ ଅପ୍ରେଲ୍ ୨୦ ତାରିଖ ପୂର୍ବାହ୍ନରେ ଏକାକୀ ଚାଲିଚାଲି ଭୋଜପୁର ବସଷ୍ଟାଣ୍ଡକୁ ଆସୁଥିଲା। ଏହି ସମୟରେ ଏକ ବୋଲେରୋରେ ଆସୁଥିବା ଦୁଇ କାମୁକ ବାଟରେ ପୀଡ଼ିତାଙ୍କୁ ଅଟକାଇ ଗାଡ଼ିରେ ଆସ ଆମେ ଭୋଜପୁର ବସଷ୍ଟାଣ୍ଡରେ ଛାଡ଼ି ଦେକୁ କହି ବୋଲେରୋରେ ବସାଇ ନେଇ ଯାଇଥିଲେ। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଭୋଜପୁର ବସଷ୍ଟାଣ୍ଡ ନେବା ବଦଳରେ ନିକଟରେ ଥିବା ଜଙ୍ଗଲ ଭିତରକୁ ନେଇ ବାରମ୍ବାର ଦୁଷ୍କର୍ମ ଓ ଗଣଦୁଷ୍କର୍ମ କରିଥିଲେ। ନାବାଳିକା ଜଣଙ୍କ କିଛି ବୁଝିବା ପୂର୍ବରୁ ଦୁଇବ କାମୁକ ବୋଲେରୋରେ ବସାଇ ନାବାଳିକା ଜଣଙ୍କୁ କଟକ ନେଇ ଯାଇଥିଲେ। ବାଟରେ ଗାଡ଼ି ଭିତରେ ଅଦଳ ବଦଳ, କଟକରେ ପହଂଚିବା ପରେ ସେଠାରେ ମଧ୍ୟ ଅଭିଯୁକ୍ତ ଦ୍ୱୟ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଜଣଙ୍କ ପରେ ଜଣେ ଓ ଏକାଠି ଦୁଷ୍କର୍ମ ଓ ଗଣଦୁଷ୍କର୍ମ କରିଥିଲେ। ଅପରପକ୍ଷେ ପୀଡ଼ିତା ନାବାଳିକା ଜଣଙ୍କ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି ପରେ ନିରାଶ ହେବାପରେ କୁଚିଣ୍ଡା ଥାନାରେ ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିଲେ। ପରିବାର ଲୋକଙ୍କ ଏତଲା କ୍ରମେ କୁଚିଣ୍ଡା ଥାନାରେ ପୋଲିସ ଏକ ନିଖୋଜ ସମ୍ପର୍କିତ ମାମଲା ରୁଜୁ କରି ଜୋରଦାର ତନାଘନା ଆରମ୍ଭ କରିଥିଲା। ବାରମ୍ବାର ଦୁଷ୍କର୍ମ ଓ ଗଣଦୁଷ୍କର୍ମ କରିବା ପରେ ମଧ୍ୟ ମନ ନବୁଝିବାରୁ ବୋଲେରୋକୁ ଛାଡ଼ି ଦୂର ସ୍ଥାନକୁ ଯିବା ଲକ୍ଷ୍ୟରେ ପୀଡ଼ିତାଙ୍କୁ ଧରି କଟକ ରେଳ ଷ୍ଟେସନରେ ନିର୍ଦ୍ଧିଷ୍ଟ ଟ୍ରେନକୁ ଅପେକ୍ଷା କରିଥିଲେ। କଟକ ଜିଆରପିର ସନ୍ଦେହ ସ୍କାନରରେ ନାବାଳିକା ସହ ଦୁଇ ଅଭିଯୁକ୍ତ ଧରା ପଡ଼ିବାରୁ ପୋଲିସ ସେମାନଙ୍କୁ ଥାନାକୁ ନେଇ ଜେରା କରିଥିଲା । ପୀଡ଼ିତା ନାବାଳିକା ଠାରୁ ଜିଆରପି ସମସ୍ତ ତଥ୍ୟ ବୁଝିବା ପରେ ତାଙ୍କ ପରିବାର ଲୋକ ଓ କୁଚିଣ୍ଡା ପୋଲିସକୁ ଖବର ଦେଇଥିଲା। ଖବର ପାଇ କୁଚିଣ୍ଡା ପୋଲିସ ସହିତ ପରିବାର ଲୋକ କଟକ ଯାଇ ପୀଡ଼ିତାକୁ ଉଦ୍ଧାର କରିବା ସହ ଦୁଇ କାମୁକ ଅଭିଯୁକ୍ତଙ୍କୁ ଗିରଫ କରି କୁଚିଣ୍ଡା ଆଣିଥିଲା। ପରିବାର ଲୋକଙ୍କ ଏତଲା ଓ ପୀଡ଼ିତାଙ୍କ ବୟାନ ଅନୁସାରେ କୁଚିଣ୍ଡା ଥାନାରେ କେସ୍ ନମ୍ବର ୮୫/୧୪ରେ ଦଫା ୩୬୩/୩୪, ୩୭୬(୨)(ଆଇ), ୩୭୬(ଡି) ଓ ୬ ପୋକ୍ସ ଆଇନ୍ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଥିଲା। ୨୦୧୪ ଜୁନ ୨୦ ତାରିଖରେ ପୋଲିସର ଚାର୍ଜସିଟ୍ ଦାଖଲ ପରେ ପୋକ୍ସୋ ଅଦାଲତରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇ ଦୀର୍ଘ ୧୧ ବର୍ଷ ପରେ ଗୁରୁବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ଅଦାଲତରେ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande