ବ୍ୟବସାୟୀଙ୍କ ପାଇଁ ବାହାରିଲେ ସମାଜ ସେବୀ, ଦୁଃଖ ଶୁଣିଲାନି ପୌରପରିଷଦ
ମାଲକାନଗିରି, ୧୩ ନଭେମ୍ବର (ହି.ସ.)ମାଲକାନଗିରି ପୌର ପରିଷଦରେ ୨୨ ବର୍ଷତଳେ ଦୈନିକ ପରିବା ବିକ୍ରି ନିମନ୍ତେ କେତେକ ପିଣ୍ଡି ତିଆରି ହୋଇ ବ୍ୟବସାୟୀଙ୍କୁ ଦିଆଯାଇଥିଲା। ଆଜି ତାହାର ଶୋଚନିୟ ଅବସ୍ଥାରେ ଦେଖିବା ପାଇଁ ମିଳୁଛି।ବ୍ୟବସାୟିମାନେ କେଉଁଠି ପିଣ୍ଡିଉପରେ ପାଲଟାଣି ବସିଛନ୍ତି ତ ଆଉ କେଉଁପିଣ୍ଡିର
ବ୍ୟବସାୟୀଙ୍କ ପାଇଁ ବାହାରିଲେ ସମାଜ ସେବୀ, ଦୁଃଖ ଶୁଣିଲାନି ପୌରପରିଷଦ୍ଧ


ମାଲକାନଗିରି, ୧୩ ନଭେମ୍ବର (ହି.ସ.)ମାଲକାନଗିରି ପୌର ପରିଷଦରେ ୨୨ ବର୍ଷତଳେ ଦୈନିକ ପରିବା ବିକ୍ରି ନିମନ୍ତେ କେତେକ ପିଣ୍ଡି ତିଆରି ହୋଇ ବ୍ୟବସାୟୀଙ୍କୁ ଦିଆଯାଇଥିଲା। ଆଜି ତାହାର ଶୋଚନିୟ ଅବସ୍ଥାରେ ଦେଖିବା ପାଇଁ ମିଳୁଛି।ବ୍ୟବସାୟିମାନେ କେଉଁଠି ପିଣ୍ଡିଉପରେ ପାଲଟାଣି ବସିଛନ୍ତି ତ ଆଉ କେଉଁପିଣ୍ଡିରୁ ବର୍ଷାପାଣି ଗଳିଲାଣି। କେତେ ବେଳେ ସଫେଇ ନାଳ ରୁ ପାଣି ବି ଆସି ପରିବେଶ କୁ ନଷ୍ଟ କରିବା ଦୃଶ୍ୟ ବି ସାମ୍ନାକୁ ଆସିଛି।

ତାହା ସହ କେଉଁ ପିଣ୍ଡି ଛାତରୁ ସିମେଣ୍ଟ ଅତଡା ଖସିଲାଣି କେତେବେଳେ କେଉଁ ପ୍ରକାର ଅଘଟଣ ଘଟିବ ବ୍ୟବସାୟୀ ବର୍ତ୍ତମାନ ଚିନ୍ତାରେ ବସିଛନ୍ତି। ଖାଉଟିମାନେ ମଧ୍ୟ ପରିବା କିଣିବାବେଳେ ସତର୍କ ଅବଲମ୍ବନ କରିବାର ଦେଖିବାକୁ ମିଳିଛି। ଏବିଷୟରେ ଅନେକଥର ପୌରପାଳିକା କୁ ବାରମ୍ବାର ଅବଗତ କରାଯାଇଥିଲେମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନ ଥିବା ଦେଖିବାକୁ ମିଳିଛି। ତେଣୁ ଏହାକୁ ଦୃଷ୍ଟିଆଗରେ ରଖି କିପରି ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ଭଲରେ କରିପାରିବେ ଓ ଖାଉଟିମାନେ ଉତ୍ତମ ପନିପରିବା କିଣିପାରିବେ ଏନେଇ ଆଜି ଦୈନିକ ପରିବା ବ୍ୟବସାୟୀ, ବରିଷ୍ଠ ନାଗରିକ ସମିତି ଓ ମାଲକାନଗିରି ଚାମ୍ବରଅଫ୍ କମର୍ଶ୍ ରସଦସ୍ୟମାନେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

ତେବେଦେଖିବାକୁ ବାକିରହିଲା ପ୍ରଶାସନ ଏହାପ୍ରତି କେତେଶିଘ୍ର ତତ୍ପରତା ଦେଖାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande