




ବଲାଙ୍ଗିର, ୧୩ ନଭେମ୍ବର (ହି.ସ.)- ଆଜି ସୁଡ଼ପଡ଼ା ସ୍ଥିତ ରାମଲାଲା ମନ୍ଦିର ରତ୍ନମୁଦ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ଯଜ୍ଞକର୍ମ ଆରମ୍ଭ ସହିତ ରାମକଥା କଥାବାଚକ ଇପ୍ସିତ ମିଶ୍ରଙ୍କ ଦୁଇ ଦିନ ଧରି ଆରମ୍ଭ ହୋଇଛି। ଏହି ସୁଦ୍ ପଡା ବଲାଙ୍ଗିର ଶ୍ରୀ ଶ୍ରୀ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ରତ୍ନମୁଦ ସ୍ଥାପନ ସମାରୋହରେ ଜିଲ୍ଲା ବ୍ରାହ୍ମଣ ମହାସଭାର ତୁଙ୍ଗ ବରିଷ୍ଠ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ସ୍ବର୍ଗୀୟ ଆନନ୍ଦ ଅବର୍ଣ୍ଣନୀୟ। ଯଜ୍ଞ କାର୍ଯ୍ୟ ପୂର୍ବରୁ ବ୍ରାହ୍ମଣ ସମାଜଙ୍କ ସମ୍ମିଳିତ ମନ୍ତ୍ରୋଚ୍ଚାରଣ ଗଗନ ପବନକୁ ମୁଖରିତ କରି ଦେଇଥିଲା। ବ୍ରାହ୍ମଣ ମାନଙ୍କ ମନ୍ତ୍ର ପାଠ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିର ପ୍ରତିଷ୍ଠା କମିଟିର ନିମନ୍ତ୍ରଣ କ୍ରମେ ଆଜି ଜିଲ୍ଲା ବ୍ରାହ୍ମଣ ମହାସଭାର ତୁଙ୍ଗ ନେତୃବୃନ୍ଦ ସର୍ବଶ୍ରୀ ସତ୍ଯବନ୍ତ ବେଦବାକ, ବରିଷ୍ଠ ଉପଦେଷ୍ଟା, ଶ୍ରୀ ଗୋପବନ୍ଧୁ ପୁରୋହିତ, ମହାସଭା ସଭାପତି ଧନଞ୍ଜୟ ମିଶ୍ର, ସଂପାଦକ ଶ୍ଯାମ ସୁନ୍ଦର ଦାଶ, ବିଶ୍ୱନାଥ ମିଶ୍ର ଉପସଭାପତି, କେଶବ ଚନ୍ଦ୍ର ମିଶ୍ର, ଅଶୋକ ମିଶ୍ର, ଗୋପବନ୍ଧୁ ଶତପଥୀ, ଜଗନ୍ନାଥ ଷଡଙ୍ଗୀ, ପ୍ରତାପ ରଥ, ପୁରୁଷୋତ୍ତମ ପଣ୍ଡା, ରାମ ଶଙ୍କର ଶତପଥୀ ଏବଂ ଆହୁରି ଅନେକ ବ୍ରାହ୍ମଣ ଦେବତା ସୁଦବପଡ଼ା ବାସୀଙ୍କ ନିମନ୍ତ୍ରଣ ରକ୍ଷାକରି ଶ୍ରୀ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିଥିଲେ। ସୁଦ୍ପ ପଡାବାସୀ ଗଭୀର ଶ୍ରଦ୍ଧା ଏବଂ ଭକ୍ତି ସହିତ ବ୍ରାହ୍ମଣ ସମାଜକୁ ସ୍ବାଗତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ