ଦିବଙ୍ଗତ ମୋହରିର ନାରାୟଣ ରାଉତ ଓ ବିମଲ କୃଷ୍ଣ ପାତ୍ରଙ୍କ ତୈଳ ଚିତ୍ର ଉନ୍ମୋଚିତ
ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଆଜି ଭଦ୍ରକ ମୋହରିର ସଦନ ଠାରେ ଦିବଙ୍ଗତ ମୋହରିର ସ୍ୱର୍ଗତଃ ନାରାୟଣ ରାଉତ ଓ ସ୍ୱର୍ଗତଃ ବିମଲ କୃଷ୍ଣ ପାତ୍ରଙ୍କ ଫଟୋ ଉନ୍ମୋଚନ ହୋଇଯାଇଛି । ମୋହରିର ସଂଘର ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଏକ ନିରାଡମ୍ବର ସଭା ମୋହରିର ସଂଘ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ସ
TWO MOHARIR FOTO UNMOCHITA


ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଆଜି ଭଦ୍ରକ ମୋହରିର ସଦନ ଠାରେ ଦିବଙ୍ଗତ ମୋହରିର ସ୍ୱର୍ଗତଃ ନାରାୟଣ ରାଉତ ଓ ସ୍ୱର୍ଗତଃ ବିମଲ କୃଷ୍ଣ ପାତ୍ରଙ୍କ ଫଟୋ ଉନ୍ମୋଚନ ହୋଇଯାଇଛି । ମୋହରିର ସଂଘର ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଏକ ନିରାଡମ୍ବର ସଭା ମୋହରିର ସଂଘ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ , ସମ୍ମାନିତ ଅତିଥି ଭାବରେ ଓକିଲ ସଂଘର ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ଓ ବରିଷ୍ଠ ଅଧି ବକ୍ତା ଗଦାଧର ବଳ, ସମ୍ମାନିତ ଅତିଥି ଭାବରେ ଓକିଲ ସଂଘର ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ମୋହରିର ସଂଘର ସଭାପତି ସର୍ବେଶ୍ୱର ଜେନା ଓ ଉପଦେଷ୍ଟା ନିଶାକର ସାହୁ ବରିଷ୍ଠ ମୋହରିର ଖଗେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଦୁଇ ଦିବଙ୍ଗତ ମୋହରିର ମାନଙ୍କ ତୈଳ ଚିତ୍ରକୁ ଉନ୍ମୋଚନ କରିବା ସହ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇଥିଲା। ଆୟୋଜିତ ସଭାରେ ମୋହରିର ସଂଘର ସମ୍ପାଦକ ରାମ ଚନ୍ଦ୍ର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୋହରିର ସଂଘର ସଦସ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସଭାପତି ପ୍ରମୋଦ କୁମାର ଦାସ, ଜଗବନ୍ଧୁ ମହାନ୍ତି, ପ୍ରଭାକର ପାଢି , ଅଶୋକ କୁମାର ସାହୁ, ଆନଦ ଚନ୍ଦ୍ର ବେହେରା, ନରେନ୍ଦ୍ର କୁମାର ଦାସ ପ୍ରମୁଖ ନିଜ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୁଇ ଦିବଙ୍ଗତ ମୋହରିର ମାନଙ୍କ ବିଜ୍ଞତା ଓ ସଚ୍ଚୋଟ ପଣିଆ ଉପରେ ବିଶେଷ ଆଲୋକପାତ କରିଥିଲେ। ପରେଶ କୁମାର ସାହୁ,ତରୁଣ ପାତ୍ର, ଦିଲ୍ଲୀପ କୁମାର ନାୟକ, ଶଶିକାନ୍ତ ବେହେରା, ସତ୍ୟ ସୁନ୍ଦର ପଣ୍ଡା, ଭୀମସେନ ଅରଖ ମନୋରଞ୍ଜନ ନାଥ, ରବୀନ୍ଦ୍ର ନାୟକ ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ସଦସ୍ୟ ଗୋବିନ୍ଦ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande