
ସମ୍ବଲପୁର, ୧୩ ନଭେମ୍ବର(ହି.ସ.) – ଆଜି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଟିସିପି) ଅଧୀନରେ ତମାଖୁ ମୁକ୍ତ ଯୁବକ ଅଭିଯାନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ ସଭା ଆଜି ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ହୋଇଥିଲା। ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତମାଖୁ ମୁକ୍ତ ଯୁବକ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ରୁ ଆରମ୍ଭ ହୋଇଯାଇଛି, ଯାହା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବ ସମାଜଙ୍କ ମଧ୍ୟରେ ତମାକୁ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରି ତାହାର ନିବାରଣ କରିବା। ଏହି ବୈଠକରେ ଜିଲ୍ଲାରେ ବର୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇଥିବା ଏବଂ ଆଗକୁ ହେବାକୁ ଥିବା ଏହି ସଚେତନତା ଅଭିଯାନର ସମସ୍ତ ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବ ସମାଜଙ୍କ ମଧ୍ୟରେ ତମାକୁ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରି ତାହାର ନିବାରଣ କରିବା। ଟବାକୋ ନିରୋଧ ଜୀବନ ବିଷୟ ଉପରେ ଏହି ଅଭିଯାନ ଆଧାରିତ ଅଛି।ତମାଖୁ ମୁକ୍ତ ଯୁବା ଅଭିଯାନ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲରେ ଯୁବପିଢିଙ୍କ ମଧ୍ୟରେ ତମାଖୁ ସେବନ ଜନିତ ସମସ୍ୟା ଓ ତହିଁରେ ସଚେତନତା ସୃଷ୍ଟି କରିବାପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା, ରାଲି,ଶପଥ ପାଠ, ପ୍ରଶିକ୍ଷଣ ଜିଲ୍ଲା ସ୍ୱାସ୍ଥ୍ୟ ସଂଚାଳକଙ୍କ ଦ୍ୱାରା କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ଗାଁ ମାନଙ୍କୁ ତମାଖୁ ମୁକ୍ତ କରାଯିବ ଏବଂ ତହିଁରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାର ଯୋଜନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଛି। ଜିଲ୍ଲାପାଳ ସମ୍ବଲପୁର ଏନଫୋର୍ସମେଂଟ କରିବା ପାଇଁ ଗୁରୁତ୍ୱ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ