
କେନ୍ଦୁଝର, ୧୩ ନଭେମ୍ବର (ହି.ସ.)- ଆଜି ମାନ୍ୟବର ଫାଷ୍ଟ୍ରଟ୍ରାକ କୋର୍ଟ ର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଉତ୍ପୀଡନ ମାମଲାର ବିଚାର କରି ନନ୍ଦିପଦା ଥାନା ଅଁରା ଗ୍ରାମର ସପନ ନାୟକକୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ଵତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ମୋକଦ୍ଦମା ପରିଚାଳନା କରୁଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA