ଉତରାଂଚଳ ରାଜସ୍ୱ ଅଧିକାରୀଙ୍କ କର୍ମଶାଳା ପ୍ରସ୍ତୁତି ବୈଠକ
ସମ୍ବଲପୁର, ୧୩ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆଜି ଆଭାସୀ ମାଧ୍ୟମରେ ଉତରାଂଚଳ ରାଜସ୍ୱ ଅଧିକାରୀ ଶିବିର ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଆସନ୍ତା ୧୪ ଓ ୧୫ ନଭେମ୍ବର ରେ ସମ୍ବଲପୁର ରିଭର-ଇନ ରେସୋର୍ଟ
ଉତରାଂଚଳ ରାଜସ୍ୱ ଅଧିକାରୀଙ୍କ କର୍ମଶାଳା ପ୍ରସ୍ତୁତି ବୈଠକ


ସମ୍ବଲପୁର, ୧୩ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆଜି ଆଭାସୀ ମାଧ୍ୟମରେ ଉତରାଂଚଳ ରାଜସ୍ୱ ଅଧିକାରୀ ଶିବିର ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଆସନ୍ତା ୧୪ ଓ ୧୫ ନଭେମ୍ବର ରେ ସମ୍ବଲପୁର ରିଭର-ଇନ ରେସୋର୍ଟ ଠାରେ ଆୟୋଜିତ ହେବ। ସୂଚନା ଅନୁଯାୟୀ ଏହି କର୍ମଶାଳାରେ ଉତରାଂଚଳ ବିଭାଗ ଅନ୍ତର୍ଗତ ଜିଲ୍ଲାର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାର, ଭୂଅର୍ଜନ ଅଧିକାରୀ ଓ ରାଜସ୍ୱ ଅଧିକାରୀ ମାନେ ଯୋଗ ଦେବେ। ଏହି ପ୍ରସ୍ତୁତି ବୈଠକରେ ହେବାକୁ ଯାଉଥିବା କର୍ମଶାଳା ପାଇଁ ପ୍ରସ୍ତୁତି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ଥାନ ଚୟନ, ବସିବା ବ୍ୟବସ୍ଥା, ପ୍ରାଯୁକ୍ତିକ ବ୍ୟବସ୍ଥା, ନିୟମିତ କରଣ, ଆବାସ ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟ ଗୁଡ଼ିକ ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ମହୋଦୟ ସଭାରେ, କର୍ମଶାଳାକୁ ସଫଳ ଓ ସୁଚାରୁ ଭାବରେ ଆୟୋଜନ କରିବା ପାଇଁ ସମସ୍ତ ସମ୍ପର୍କିତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande