
କାନପୁର, 13 ନଭେମ୍ବର (ହି.ସ.)- ରାଜଧାନୀ ଦିଲ୍ଲୀରେ ସୋମବାର ଘଟିଥିବା
ବିସ୍ଫୋରଣ ଘଟଣା ପରେ, ୟୁପି ଏଟିଏସ୍ ବୁଧବାର
ସନ୍ଧ୍ୟାରେ କାନପୁରରେ ଥିବା ହୃଦରୋଗ ସଂସ୍ଥାନର କାର୍ଡିଓଲଜିଷ୍ଟ ଡା. ମହମ୍ମଦ ଆରିଫଙ୍କୁ ତାଙ୍କ
ଘରୁ ଉଠାଇ ନେଇଛି ।
ଡା. ଆରିଫ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର
ବାସିନ୍ଦା ଅଟନ୍ତି ଏବଂ ଗିରଫ ହୋଇଥିବା ଡା. ଶାହିନ୍ ଶାହିନ୍ ଓ ତାଙ୍କ ଭାଇ ପରବେଜଙ୍କ ସହିତ ସେ
ଯୋଗାଯୋଗରେ ଥିଲେ।
ସୂତ୍ର ଅନୁସାରେ, ପ୍ରାରମ୍ଭିକ
ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଦେଶରେ ଘଟିଥିବା
କିଛି ଘଟଣାର ଯୋଜନା ଓ ରଣନୀତି ତିଆରି କରିବାରେ ତାଙ୍କ ଭୂମିକା ଥିଲା।
ତଦନ୍ତ ଏଜେନ୍ସି ଡା. ଆରିଫଙ୍କ ଲ୍ୟାପଟପ୍ ଓ ମୋବାଇଲ୍
ଫୋନ୍ ଜବତ କରିଛି। ଏଟିଏସ୍ ତାଙ୍କୁ ରାଜଧାନୀ ଦିଲ୍ଲୀକୁ ନେଇଯାଇଛି, ଯେଉଁଠାରେ ଧରାପଡ଼ିଥିବା ଅନ୍ୟ ସମସ୍ତ
ଅଭିଯୁକ୍ତମାନଙ୍କ ସହ ତାଙ୍କୁ ମଧ୍ୟ ପଚରାଉଚରା କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା