
ଗ୍ୱୌହାଟୀ, 13 ନଭେମ୍ବର (ହି.ସ.)- ଦିଲ୍ଲୀ ବିସ୍ଫୋରଣ ପରେ ସୋସିଆଲ୍ ମିଡିଆରେ
ଉସକାଇ ଏବଂ ଆପତିଜନକ ପୋଷ୍ଟ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆସମ୍ ପୁଲିସ କାର୍ଯ୍ୟାନୁଷ୍ଠାନ
ନେଇଛି । ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟରୁ ମୋଟ 15 ଜଣଙ୍କୁ ଗିରଫ କରାଯାଇଛି।
ମୁଖ୍ୟମନ୍ତ୍ରୀ ଡା. ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି
ଯେ, ବୁଧବାର ହେଉଥିବା
6ଟି ଗିରଫ ପରେ ସାରା ରାତି ଚାଲିଥିବା ଅଭିଯାନରେ ଆଉ 9 ଜଣଙ୍କୁ ହେପାଜତକୁ ନିଆଯାଇଛି।
ବଙ୍ଗାଇଗାଁରୁ ରଫିଜୁଲ୍ ଅଲି, ହେଲାକାଣ୍ଡିରୁ
ଫରିଦ ଉଦ୍ଦିନ ଲସ୍କର, ଲାଖିମପୁରରୁ ଇନାମୁଲ୍ ଇସ୍ଲାମ ଏବଂ ଫିରୁଜ ଅହମଦ, ବରପେଟାରୁ ଶାହିଲ୍
ଶୋମନ୍ ସିକଦାର ଏବଂ ରକିବୁଲ୍ ସୁଲତାନ, ହୋଜାଇରୁ ନସିମ୍ ଆକବର, କାମରୂପରୁ
ତସ୍ଲିମ୍ ଅହମଦ, ଏବଂ ଦକ୍ଷିଣ
ସାଲମାରାରୁ ଅବ୍ଦୁର୍ ରହିମ୍ ମୋଲ୍ଲାଙ୍କୁ ଗିରଫ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା