ଏସସିଏସଟିଆରଟିଆଇରେ ଜନଜାତି ଗୌରବ ବର୍ଷ ପାଳନ ଅବସରରେ ସାଂସ୍କୃତିକ ବୈଚିତ୍ର
ଭୁବନେଶ୍ୱର,୧୩ ନଭେମ୍ବର (ହି.ସ)- ଜନଜାତୀୟ ଗୌରବ ବର୍ଷ ପାଳନ ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ)ଠାରେ ପାରମ୍ପରିକ ପରଜା ଏବଂ ଧୁରୁଆ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ସୁଧା
ଏସସିଏସଟିଆରଟିଆଇରେ ଜନଜାତି ଗୌରବ ବର୍ଷ ପାଳନ ଅବସରରେ ସାଂସ୍କୃତିକ ବୈଚିତ୍ର


ଭୁବନେଶ୍ୱର,୧୩ ନଭେମ୍ବର (ହି.ସ)- ଜନଜାତୀୟ ଗୌରବ ବର୍ଷ ପାଳନ ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ)ଠାରେ ପାରମ୍ପରିକ ପରଜା ଏବଂ ଧୁରୁଆ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ସୁଧାକର ଶବର ଏବଂ ଉପନିର୍ଦ୍ଦେଶକ ସନ୍ତୋଷ କୁମାରଙ୍କ ସହିତ ପ୍ରତିଷ୍ଠାନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ୧୦୦ ରୁ ଅଧିକ ପରିଦର୍ଶକ ଏବଂ ପ୍ରାୟ ୨୦୦ ସ୍କୁଲ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ କୋରାପୁଟରୁ ଆସିଥିବା ପରଜା ଏବଂ ଧୁରୁଆ ନୃତ୍ୟ କଳାକାରଙ୍କୁ ନିର୍ଦ୍ଦେଶକ ସମ୍ମାନିତ କରିଥିଲେ ଏବଂ ସେମାନଙ୍କ ଅସାଧାରଣ ପ୍ରୟାସକୁ ପ୍ରଶଂସା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande