ଜାପାନ ସରକାରଙ୍କ ବିଧାୟକ ପ୍ରତିନିଧି ମଣ୍ଡଳୀଙ୍କ ଓଡ଼ିଶା ଗସ୍ତ
ପୁରୀ, ୧୩ ନଭେମ୍ବର (ହି.ସ.)- ଜାପାନର ତୋତରି ସରକାରଙ୍କର ଏକ ୬ ଜଣିଆ ବିଧାୟକ ପ୍ରତିନିଧି ମଣ୍ଡଳୀଙ୍କ ସହିତ ୪ ଜଣ ବରିଷ୍ଠ ଅଧିକାରୀ ଓ ତୋତରି ସରକାରଙ୍କ ବାଣିଜ୍ୟ ପରାମର୍ଶଦାତା ତଥା ପୁରୀ ସିଟି ଆମ୍ୱାସେଣ୍ଡର କୁନା ଦାଶ ଓଡ଼ିଶା ଗସ୍ତରେ ଆସି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ସଚିବାଳୟ ଠା
ଓଡ଼ିଶା ଗସ୍ତରେ ଆସିଥିଲେ ଜାପାନ ସରକାରଙ୍କ ବିଧାୟକ ପ୍ରତିନିଧି ମଣ୍ଡଳୀ


ପୁରୀ, ୧୩ ନଭେମ୍ବର (ହି.ସ.)- ଜାପାନର ତୋତରି ସରକାରଙ୍କର ଏକ ୬ ଜଣିଆ ବିଧାୟକ ପ୍ରତିନିଧି ମଣ୍ଡଳୀଙ୍କ ସହିତ ୪ ଜଣ ବରିଷ୍ଠ ଅଧିକାରୀ ଓ ତୋତରି ସରକାରଙ୍କ ବାଣିଜ୍ୟ ପରାମର୍ଶଦାତା ତଥା ପୁରୀ ସିଟି ଆମ୍ୱାସେଣ୍ଡର କୁନା ଦାଶ ଓଡ଼ିଶା ଗସ୍ତରେ ଆସି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ସଚିବାଳୟ ଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ପାରସ୍ପରିକ ସହଯୋଗିତା ବଢ଼ାଇବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ଓଡ଼ିଶାର କଳା, ସଂସ୍କୃତି, ଶିକ୍ଷା, ପର୍ଯ୍ୟଟନ ଓ ଶିଳ୍ପର ବିକାଶ ହେବା ସହିତ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କୁ କିଭଳି ଜାପାନରେ ନିଯୁକ୍ତି ମିଳିପାରିବ । ସେହିଭଳି ଓଡ଼ିଶାର ମହିଳାମାନେ କିପରି ଆତ୍ମନିର୍ଭରଶିଳ ହୋଇପାରିବେ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଭୁବନେଶ୍ବରରେ ଥିବା ବିଶ୍ଵ ଦକ୍ଷତା କେନ୍ଦ୍ର ବୁଲି ଦେଖିବା ସହ ସେଠାରେ ଥିବା ଅଧିକାରୀମାନଙ୍କ ସହିତ ଦକ୍ଷତା କେନ୍ଦ୍ର ସଂପର୍କରେ ଆଲୋଚନା କରିଥଲେ । ସେଠାରୁ ସିଧାସଳଖ ପୁରୀ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ପହଞ୍ଚି ଥିଲେ। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ସ୍ବାଗତ କରିଥିଲେ। ଏହି ଅବସରରେ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ରର କିଭଳି ବିକାଶ ହୋଇପାରିବ ସେ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ସଂସ୍କୃତି ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀଗଣ ଉପସ୍ଥିତ ଥିଲେ। ପରେ ପ୍ରତିନିଧି ମଣ୍ଡଳୀ ଚନ୍ଦ୍ରଶେଖର ଏକାଡେମୀ ବୁଲି ଖୁସି ବ୍ୟକ୍ତ କରିଥିଲେ। ଏଠାରେ ନର୍ସରି ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସିବିଏସଇ ପାଠ୍ୟକ୍ରମ ସହିତ ମାଗଣାରେ ଜାପାନ ଭାଷା ଶିକ୍ଷା ଦିଆଯାଉଥିବା ଜାଣି ସେମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ । ପରିଶେଷରେ ସୁଦାମ ସ୍ୟାଣ୍ଡ ଆର୍ଟ ମ୍ୟୁଜିୟମ ବୁଲି ଦେଖି ଫେରି ଯାଇଥିଲେ ବୋଲି ଇଣ୍ଡିଆ - ଜାପାନ ଫେଣ୍ଡଶିପ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande