ଶୁକ୍ରବାର ବିଶାଖାପାଟ୍ଟନମରେ ସିଆଇଆଇ ସହଭାଗିତା ଶିଖର ସମ୍ମିଳନୀ, ଉପରାଷ୍ଟ୍ରପତି ମୁଖ୍ୟ ଅତିଥି
ନୂଆଦିଲ୍ଲୀ, 13 ନଭେମ୍ବର (ହି.ସ.) - ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ଆୟୋଜିତ 30ତମ ସିଆଇଆଇ (ଭାରତୀୟ ଉଦ୍ୟୋଗ ପରିଷଦ) ସହଭାଗିତା ସମ୍ମିଳନୀ 2025 ର ଉଦ୍ଘାଟନ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଉପରାଷ୍ଟ୍ରପତି ସଚି
ଶୁକ୍ରବାର ବିଶାଖାପାଟ୍ଟନମରେ ସିଆଇଆଇ ସହଭାଗିତା ଶିଖର     ସମ୍ମିଳନୀ, ଉପରାଷ୍ଟ୍ରପତି ମୁଖ୍ୟ ଅତିଥି


ନୂଆଦିଲ୍ଲୀ, 13 ନଭେମ୍ବର (ହି.ସ.)

- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ

ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ଆୟୋଜିତ 30ତମ ସିଆଇଆଇ (ଭାରତୀୟ ଉଦ୍ୟୋଗ ପରିଷଦ)

ସହଭାଗିତା ସମ୍ମିଳନୀ 2025 ର ଉଦ୍ଘାଟନ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ଉପରାଷ୍ଟ୍ରପତି ସଚିବାଳୟ ଗୁରୁବାର କହିଛି ଯେ, 14 ରୁ 15 ନଭେମ୍ବର

ପର୍ଯ୍ୟନ୍ତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀକୁ ସିଆଇଆଇଦ୍ୱାରା ବାଣିଜ୍ୟ

ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଉଦ୍ୟୋଗ ଏବଂ ଆନ୍ତରିକ ବାଣିଜ୍ୟ ପ୍ରୋତ୍ସାହନ ବିଭାଗଏବଂ ଆନ୍ଧ୍ର

ପ୍ରଦେଶ ସରକାର ସହ ମିଳିତ ଭାବରେ ଆୟୋଜିତ କରାଯାଉଛି।

ସିଆଇଆଇସମ୍ମିଳନୀ ବ୍ୟବସାୟ ଏବଂ ପୁଂଜିନିବେଶର ଭବିଷ୍ୟତ୍‌କୁ

ଗଢିବା ପାଇଁ ବିଚାରକ, ନୀତି ନିର୍ଦ୍ଦେଶକ, ଉଦ୍ୟୋଗ ଜଗତର ଅଗ୍ରଣୀ ବ୍ୟକ୍ତିତ୍ୱ ଏବଂ ବିଶ୍ୱସ୍ତରୀୟ

ସହଭାଗୀମାନଙ୍କୁ ଗୋଟିଏ ମଞ୍ଚରେ ଆଣିବ।

ଏହି ସମ୍ମିଳନୀର ବିଷୟ ହେଉଛି — “ପ୍ରଯୁକ୍ତି, ଭରସା ଏବଂ

ବ୍ୟବସାୟ: ନୂଆ ଭୂ-ଆର୍ଥିକ ବ୍ୟବସ୍ଥାର ପରିଚାଳନା।”

ଏହି ପ୍ରମୁଖ କାର୍ଯ୍ୟକ୍ରମରେ 45ଟି ଅଧିବେଶନ ଏବଂ

72ଜଣ ଅନ୍ତର୍ଜାତୀୟ ବକ୍ତା ଯୋଗଦେବାର ଅନୁମାନ କରାଯାଉଛି, ଯେଉଁଥିରେ 45ଟି ଦେଶର 300ଜଣ ବିଦେଶୀ ପ୍ରତିନିଧି

ସହିତ ମୋଟ 2,500ଜଣ ପ୍ରତିନିଧି

ଅଂଶଗ୍ରହଣ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande