
କ୍ୱେଟା, 16 ନଭେମ୍ବର (ହି.ସ.)-ବେଲୁଚିସ୍ତାନର ସନି
ଏବଂ ଭାଗ ମଧ୍ୟର ଅଞ୍ଚଳରେ, ମୋଟରସାଇକେଲ୍ରେ ଆସିଥିବା ଆକ୍ରମଣକାରୀମାନେ ଜଣେ ବରିଷ୍ଠ ପୁଲିସ୍
ଅଧିକ୍ଷକଙ୍କ କାଫିଲା ଉପରକୁ ଗୁଳିବର୍ଷା କରିଛନ୍ତି। ଏହି ସମୟରେ ପୁଲିସ୍କୁ ମଧ୍ୟ ପ୍ରତିଗୁଳି
କରିବାକୁ ପଡିଥିଲା। ଏପର୍ଯ୍ୟନ୍ତ ବରିଷ୍ଠ ପୁଲିସ୍ ଅଧିକ୍ଷକ ଏବଂ କାଫିଲାରେ ଥିବା ସମସ୍ତ
ପୁଲିସ୍ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଆକ୍ରମଣକାରୀମାନେ ପଳାଇଯାଉଥିବା ପରେ ପୁଲିସ୍ ଅଞ୍ଚଳକୁ
ଘେରାଉ କରି ତଲାଶି ଆରମ୍ଭ କରିଛି।
‘ଦ ବେଲୁଚିସ୍ତାନ
ପୋଷ୍ଟ’ର ଖବର ଅନୁସାରେ, କଚ୍ଛି ଜିଲ୍ଲାର ଏସଏସପିଶନିବାର ସରକାରୀ
ରେକର୍ଡ ଜଳାଯାଇଥିବା ଘଟଣାର ତଦନ୍ତ ପାଇଁ ହାଜି ସହର ଥାନାରେ ପହଞ୍ଚିଥିଲେ। ଅନୁଧ୍ୟାନ କରି
ଫେରୁଥିବା ସମୟରେ,
ସନି ଏବଂ ଭାଗ ମଧ୍ୟର ଅଞ୍ଚଳରେ ମୋଟରସାଇକେଲ୍ରେ ଆସିଥିବା
ଆକ୍ରମଣକାରୀମାନେ ହଠାତ୍ ତାଙ୍କ କାଫିଲା ଉପରେ ଅନ୍ଧାଧୁନିଆ ଭାବେ ଗୁଳିବର୍ଷା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା