ବ୍ରାଜିଲର ସାଓ ପାଓଲୋରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ
ନୂଆଦିଲ୍ଲୀ, 16 ନଭେମ୍ବର (ହି.ସ.)-ବ୍ରାଜିଲ୍‌ର ସାଓ ପାଉଲୋରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଆୟୁର୍ବେଦ ସମ୍ମିଳନୀରେ ଦୁଇ ଦିନ ଧରି ବିଶେଷଜ୍ଞମାନେ ଆୟୁର୍ବେଦର 40 ବର୍ଷ ପୂର୍ତ୍ତି ଅବସରରେ ତାହାର ଯାତ୍ରା, ଭାରତ ଏବଂ ବ୍ରାଜିଲ୍‌ର ବୃଦ୍ଧିଶୀଳ ସହଯୋଗ, ପାରମ୍ପରିକ ଚିକ
ବ୍ରାଜିଲର ସାଓ ପାଓଲୋରେ ଅନ୍ତର୍ଜାତୀୟ ସମ୍ମିଳନୀ     ଆୟୋଜିତ


ନୂଆଦିଲ୍ଲୀ, 16 ନଭେମ୍ବର (ହି.ସ.)-ବ୍ରାଜିଲ୍‌ର ସାଓ ପାଉଲୋରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ

ଆୟୁର୍ବେଦ ସମ୍ମିଳନୀରେ ଦୁଇ ଦିନ ଧରି ବିଶେଷଜ୍ଞମାନେ ଆୟୁର୍ବେଦର 40 ବର୍ଷ ପୂର୍ତ୍ତି ଅବସରରେ

ତାହାର ଯାତ୍ରା, ଭାରତ ଏବଂ ବ୍ରାଜିଲ୍‌ର

ବୃଦ୍ଧିଶୀଳ ସହଯୋଗ, ପାରମ୍ପରିକ ଚିକିତ୍ସା

ପ୍ରଣାଳୀର ଭବିଷ୍ୟତ୍, ନୂତନ ଗବେଷଣା ସମ୍ଭାବନା ଏବଂ

ବ୍ରାଜିଲ୍‌ରେ ଆୟୁର୍ବେଦକୁ ଔପଚାରିକ ଚାକିରି ଶ୍ରେଣୀରେ ସମ୍ମିଳିତ କରାଯାଇଥଇବା ଭଳି ଗୁରୁତ୍ୱପୂର୍ଣ୍ଣ

ବିଷୟଗୁଡିକୁ ଆଲୋଚନା କରିଥିଲେ। ସେଥିପାଇଁ ଡିସେମ୍ବରରେ ନୂଆଦିଲ୍ଲୀରେ ହେବାକୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆୟୁଷ

ମନ୍ତ୍ରଣାଳୟର ଗ୍ଲୋବାଲ୍ ସମ୍ମିଳନୀ ପାଇଁ ତିଆରି ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଅନୁଯାୟୀ, କାର୍ଯ୍ୟକ୍ରମର

ଆରମ୍ଭ ବ୍ରାଜିଲ୍‌ରେ ଭାରତର ରାଷ୍ଟ୍ରଦୂତ ଦିନେଶ ଭାଟିଆ କରିଛନ୍ତି। ମନ୍ତ୍ରାଳୟ କହିଛି ଯେ

ଭାରତ ଏବଂ ବ୍ରାଜିଲ୍‌ ମଧ୍ୟରେ ପାରମ୍ପରିକ ଚିକିତ୍ସା ପ୍ରଣାଳୀ ସମ୍ପର୍କିତ ସହଯୋଗ ଲଗାତାର

ବଢ଼ୁଛି। ବ୍ରାଜିଲ୍ ଦକ୍ଷିଣ ଆମେରିକାର ପ୍ରଥମ ଦେଶ ଯିଏ ଆୟୁର୍ବେଦକୁ ଔପଚାରିକ ମାନ୍ୟତା ଦେଇଛି

ଏବଂ ଏହି ବର୍ଷ ବ୍ରାଜିଲ୍‌ର ଉପରାଷ୍ଟ୍ରପତି ଜେରାଲ୍ଡୋ ଆଲ୍କମିନଙ୍କ ଭାରତ ଗସ୍ତର ଏହି ବୁଝାମଣାକୁ

ଆହୁରି ମଜବୁତ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande