ପାକିସ୍ତାନରେ ହାଇସ୍ପିଡ ଡିଜେଲ ପ୍ରତି ଲିଟର 6ଟଙ୍କା ମହଙ୍ଗା
ଇସଲମାବାଦ, 16 ନଭେମ୍ବର (ହି.ସ.) - ପାକିସ୍ତାନରେ ହାଇ-ସ୍ପିଡ୍ ଡିଜେଲ୍‌ ଦରରେ ପ୍ରତି ଲିଟରରେ ଛଅ ଟଙ୍କା ବୃଦ୍ଧି ଆଜିଠାରୁ ଲାଗୁ ହୋଇଛି। ଏହି ବୃଦ୍ଧି ସହିତ ବର୍ତ୍ତମାନ ଗ୍ରାହକମାନେ ଗୋଟିଏ ଲିଟର ଏଚଏସଡି କିଣିବା ପାଇଁ 284.44 ଟଙ୍କା ଦେବାକୁ ପଡିବ। ଏହି ବୃଦ୍ଧି
ପାକିସ୍ତାନରେ ହାଇସ୍ପିଡ ଡିଜେଲ ପ୍ରତି ଲିଟର 6ଟଙ୍କା     ମହଙ୍ଗା


ଇସଲମାବାଦ, 16 ନଭେମ୍ବର (ହି.ସ.)

- ପାକିସ୍ତାନରେ ହାଇ-ସ୍ପିଡ୍ ଡିଜେଲ୍‌ ଦରରେ

ପ୍ରତି ଲିଟରରେ ଛଅ ଟଙ୍କା ବୃଦ୍ଧି ଆଜିଠାରୁ ଲାଗୁ ହୋଇଛି। ଏହି ବୃଦ୍ଧି ସହିତ ବର୍ତ୍ତମାନ

ଗ୍ରାହକମାନେ ଗୋଟିଏ ଲିଟର ଏଚଏସଡି କିଣିବା ପାଇଁ

284.44 ଟଙ୍କା ଦେବାକୁ ପଡିବ। ଏହି ବୃଦ୍ଧିକୁ ଏବେ ପାଇଁ 15 ଦିନ ପର୍ଯ୍ୟନ୍ତ ପ୍ରଭାବୀ

କରାଯାଇଛି। ପାକିସ୍ତାନର ବହୁତ ଭାଗ ପରିବହନ ଖାତ ହାଇ-ସ୍ପିଡ୍ ଡିଜେଲ୍‌ଉପରେ ନିର୍ଭର କରେ।

‘ଡନ’ ସମ୍ବାଦପତ୍ରର ଏକ

ଖବର ଅନୁସାରେ, ଫେଡେରାଲ୍ ସରକାର

ଶନିବାର ପେଟ୍ରୋଲ୍ ଦରରେ କୌଣସି ପରିବର୍ତ୍ତନ କରିନଥିଲା, କିନ୍ତୁ ଆଗାମୀ ପନ୍ଦରଦିନ ପାଇଁ ଏଚଏସଡିଦରକୁ ପ୍ରତି ଲିଟରେ

ଛଅ ଟଙ୍କା ବଢାଇଥିଲା। ଅର୍ଥ ବିଭାଗର ଏକ ଅଧିସୂଚନା ଅନୁଯାୟୀ, 16 ନଭେମ୍ବରରୁ ଏଚଏସଡିର

ନୂଆ ଦର ପ୍ରତି ଲିଟର 284.44 ଟଙ୍କା ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande