କର୍ଣ୍ଣାଟକ- ଆଜି ଚିତାପୁରରେ ଆରଏସଏସର ପଥ ସଂଚାଳନ
କଲବୁର୍ଗୀ, 16 ନଭେମ୍ବର (ହି.ସ.) -ଗତ ଏକ ମାସ ଧରି ରାଜ୍ୟ ଏବଂ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିବା କଲବୁର୍ଗି ଜିଲ୍ଲାର ଚିତ୍ତାପୁରରେ ରବିବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଥ ସଞ୍ଚଳନ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମଟି ରାଜ୍ୟ ସରକାରରେ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେଙ୍କ
କର୍ଣ୍ଣାଟକ- ଆଜି ଚିତାପୁରରେ ଆରଏସଏସର ପଥ ସଂଚାଳନ


କଲବୁର୍ଗୀ, 16 ନଭେମ୍ବର (ହି.ସ.)

-ଗତ ଏକ ମାସ ଧରି ରାଜ୍ୟ ଏବଂ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ

ହୋଇଥିବା କଲବୁର୍ଗି ଜିଲ୍ଲାର ଚିତ୍ତାପୁରରେ ରବିବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଥ ସଞ୍ଚଳନ

ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମଟି ରାଜ୍ୟ ସରକାରରେ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେଙ୍କ ନିର୍ବାଚନ

କ୍ଷେତ୍ରରେ ହୋଇଥିବାରୁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଏହା ବହୁତ ଚର୍ଚ୍ଚାରେ ରହିଛି।

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର କଲବୁର୍ଗି ବେଞ୍ଚର

ଅନୁମତି ପରେ ସଂଘ ପଥ ସଞ୍ଚଳନ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛି। ଅନୁମତି ମିଳିବା

ପରେ, ଆଜି ଦ୍ୱିପ୍ରହର

3:30ରେ ପ୍ରାୟ 300 ଗଣବେଶଧାରୀ ସ୍ୱୟଂସେବକ ଏବଂ 50 ଜଣ ବ୍ୟାଣ୍ଡ ସଦସ୍ୟ ପଥ ସଞ୍ଚଳନରେ ଯୋଗ

ଦେବେ। ଏହି ପଥ ସଞ୍ଚଳନ ବଜାଜ କଲ୍ୟାଣ ମଣ୍ଡପ — ଭୀମରାଓ ଆମ୍ବେଦକର ଛକ — କେନରା ବ୍ୟାଙ୍କ

ସର୍କିଲ — ଏପିଏମସିପର୍ଯ୍ୟନ୍ତ ପ୍ରାୟ ଦେଢ଼

କି.ମି. ଦୂର ଯାଏ ଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande