ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ଚୀନ୍ ରୁ ବେଆଇନ ଭାବରେ ଆମଦାନି ହୋଇଥିବା ୩୦ ହଜାର ବାଣର ଖଣ୍ଡ ଜବତ କଲା ଡିଆରଆଇ
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)- ଅପରେସନ୍ ଫାୟାରଟ୍ରେଲ୍ ଅନ୍ତର୍ଗତ ଏକ ବଡ଼ ଅଭିଯାନରେ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ଚୀନ୍ ରୁ ବେଆଇନ ଭାବରେ ଆମଦାନି ହୋଇଥିବା ୩୦ ହଜାର ବାଣର ଖଣ୍ଡ ଜବତ କରିଛି । ଡିଆରଆଇ କହିଛି ଯେ, ବୈଧ ଲାଇସେନ୍ସ ବିନା ଅଣାଯାଇଥି
ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ଚୀନ୍ ରୁ ବେଆଇନ ଭାବରେ ଆମଦାନି ହୋଇଥିବା ୩୦ ହଜାର ବାଣର ଖଣ୍ଡ ଜବତ କଲା ଡିଆରଆଇ


ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)- ଅପରେସନ୍ ଫାୟାରଟ୍ରେଲ୍ ଅନ୍ତର୍ଗତ ଏକ ବଡ଼ ଅଭିଯାନରେ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ଚୀନ୍ ରୁ ବେଆଇନ ଭାବରେ ଆମଦାନି ହୋଇଥିବା ୩୦ ହଜାର ବାଣର ଖଣ୍ଡ ଜବତ କରିଛି । ଡିଆରଆଇ କହିଛି ଯେ, ବୈଧ ଲାଇସେନ୍ସ ବିନା ଅଣାଯାଇଥିବା ଏହି ବେଆଇନ୍ ସାମଗ୍ରୀର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା । ଚୋରା ଚାଲାଣ ପଛରେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି । ଡିଆରଆଇ ଅଧିକାରୀଙ୍କ ଅନୁଯାୟୀ, ୪୦ ଫୁଟ ଲମ୍ବା କଂଟେନରର ଯାଂଚ୍ ରୁ ଜଣାପଡ଼ିଛି ଯେ, ଚୀନରୁ ଆମଦାନି ହୋଇଥିବା ବାଣର ଖଣ୍ଡଗୁଡ଼ିକ ଏଥିରେ ଲୁଚାଇ ରଖାଯାଇଥିଲା । ବୈଦେଶିକ ବାଣିଜ୍ୟ ନୀତି ଅନୁଯାୟୀ ଫୋଟକା ଆମଦାନି ପ୍ରତିବନ୍ଧିତ ବର୍ଗରେ ଆସେ ଏବଂ ପୋଲିସ ମହାନିର୍ଦ୍ଦେଶାଳୟ ଏବଂ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନରୁ ଏଥି ନିମନ୍ତେ ଲାଇସେନ୍ସ ନେବା ବାଧ୍ୟତାମୂଳକ । ଗିରଫ ଆମଦାନିକାରୀଙ୍କ ପାଖରେ କୌଣସି ବୈଧ କାଗଜପତ୍ର ନଥିଲା ଏବଂ ସେ ଚୋରା ଚାଲାଣ ଉଦ୍ୟମ କରିଥିବା ସ୍ୱୀକାର କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande