
ସମ୍ବଲପୁର, ୧୭ ନଭେମ୍ବର(ହି.ସ.) – ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଦୁଇଜଣଙ୍କୁ ଅଇଁଠାପାଲି ଥାନା ପୋଲିସ ଯାଂଚ୍ କରିବା ପରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ ଓ ମାଗଜିନ୍, ୭ଟି ୭.୬୫ ଏମ୍ଏମ୍ ଜୀବନ୍ତ ଗୁଳି, ଧଳା ରଙ୍ଗର ଇଣ୍ଡିଗୋ ଇସିଏସ୍ କାର୍, ଗୋଟିଏ କରି ୱାନ୍ ପ୍ଲସ୍ ଓ ଭିଭୋ ମୋବାଇଲ ଫୋନ୍ ଜବତ କରିଛି। ଅଭିଯୁକ୍ତ ମାନେ ଜବତ୍ ବନ୍ଧୁକ ବର୍ଷକ ପୂର୍ବରୁ ବିହାରରୁ ଆଣିଥିଲେ ବୋଲି ସ୍ୱୀକାର କରିଛନ୍ତି। ଏ ନେଇ ଅଧିକ ତଦନ୍ତ ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି ବୋଲି ଏସ୍.ପି. ମୁକେଶ କୁମାର ଭାମୁ ଗଣମାଧ୍ୟମକୁ କହିଛନ୍ତି। ଗତ ରାତିରେ କ୍ଷୀରୋଦ ଏକ୍କାଙ୍କ ନେତୃତ୍ୱରେ ପୋଲିସ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ବୁର୍ଲା ପଟରୁ ଟାଉନ ଆଡ଼କୁ ଆସୁଥିବା ସନ୍ଦେହ ଜନକ ଅବସ୍ଥାରେ ଆସୁଥିବା ଏକ କାର୍କୁ ଅଟକାଇ ପୋଲିସ ଟିମ୍ ଖାନ୍ ତଲାସ କରିଥିଲେ। ଖାନ୍ ତଲାସ୍ ସମୟରେ ଉକ୍ତ ମାରଣାସ୍ତ୍ର ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବରଗଡ଼ ଜିଲ୍ଳା ଅତାବିରା ଥାନା ଅଂଚଳର ରାଜୁ ପ୍ରଧାନ(୩୦) ଏବଂ ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅଂଚଳର ଶାନ୍ତନୁ ସୁହୁରା(୨୭) ବୋଲି ପୋଲିସ କହିଛି। ଶାନ୍ତନୁ ନାମରେ ଆଗରୁ ବିଭିନ୍ନ ଅପରାଧ ମାମଲା ରହିଛି। ତେବେ ବନ୍ଧୁକ ଜବତ ନେଇ ଥାନାର କେସ୍ ସଂଖ୍ୟା ୩୭୬ ଉପରେ ୨୫ ଓ ୩୫ ଅସ୍ତ୍ରଶସ୍ତ୍ର ନିବାରଣ ଆଇନ ବଳରେ ମାମଲା ରୁଜୁ କରାଯାଇଥିବା ଏସ୍?ପି ଶ୍ରୀ ଭାମୁ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ