
ନୂଆପଡ଼ା, ୧୭ ନଭେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ତୃତୀୟ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ଫୁଟବଲ ମହାକୁମ୍ଭ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ। ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକର ୬୮ଟି ଓ ଖଡ଼ିଆଳ ଏନଏସିର ଗୋଟିଏ ଦଳ ଏଥିରେ ଭାଗ ନବେ। ଆସନ୍ତାକାଲି ଏହି ଫୁଟବଲ ମହାକୁମ୍ଭ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ଶେଷ ହେବ। ଅଧାରୁ ଅଧିକ ମ୍ୟାଚ୍ ଫ୍ଲଡ ଲାଇଟରେ ଖେଳାଯିବ। ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଫୁଟବଲ ମହାକୁମ୍ଭର କର୍ମକର୍ତା ଜିତେନ୍ଦ୍ର ନାଥ ପଟ୍ଟନାୟକ, ବିଶ୍ୱଜିତ ପାଢ଼ୀ, ସନ୍ତୋଷ କୁମାର ପଟ୍ଟନାୟକ, ଅକ୍ଷୟ ନନ୍ଦ, ଗୋବର୍ଦ୍ଧନ ସୁନା, ଗିରିଧାରୀ ବିଭାର, ଫିରୋଜ ଖାନ, ହିରାଧର ମେହେର, ସଞ୍ଜୟ ନାଏକ, ତନ୍ମୟ ବାଗ, ରୂପେଶ ଛତ୍ରିଆ, ଘନଶ୍ୟାମ ପାଣିଗ୍ରାହୀ, ସାନ ଜଗତ, ବଡ ଜଗତ, ନିଳାମ୍ବର ମେହେର ସମେତ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ