ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ଟିକେଟ୍ ବିକ୍ରି ଡିସେମ୍ବର ୧ରୁ
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଡିସେମ୍ବର ୧ ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। ଓସିଏ ସମ୍ପାଦକ କହିଛନ୍ତି ଭାରତ ଏବଂ ଦକ୍ଷିଣ ଆଫ
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ଟିକେଟ୍ ବିକ୍ରି ଡିସେମ୍ବର ୧ରୁ


ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଡିସେମ୍ବର ୧ ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି।

ଓସିଏ ସମ୍ପାଦକ କହିଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ଟି-୨୦ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ଡିସେମ୍ବର ୧ରେ ବିକ୍ରି ଆରମ୍ଭ ହେବ। ସେହିପରି ଅଫଲାଇନ୍ ଟିକେଟ ଡିସେମ୍ବର ୫ରୁ ଆରମ୍ଭ ହେବ। ଅଫଲାଇନ୍ ରେ ଟିକେଟ୍ ଛଅଟି କାଉଂଟରରେ ବିକ୍ରି ହେବ। ସେହିପରି, ଅନୁବନ୍ଧିତ ସଂଘ ଏବଂ କ୍ଲବଗୁଡ଼ିକ ଡିସେମ୍ବର ୩ ଏବଂ ୪ ରେ ସେମାନଙ୍କର ଟିକେଟ୍ ପାଇବେ। ଅନଲାଇନ୍ ଏବଂ ଅଫ୍‌-ଲାଇନ୍ ଉଭୟରେ କେତେ ଟିକେଟ୍ ବିକ୍ରି ହେବ ସେ ବିଷୟରେ ସଂଘ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତି ନେଇନାହିଁ।

ସୂଚନାଯୋଗ୍ୟ, ଆସନ୍ତା ୯ ଡିସେମ୍ବରରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande