ମଦିନା ଦୁର୍ଘଟଣା: ଜୟଶଙ୍କର ଦୁଃଖ ପ୍ରକାଶ କଲେ, ଜେଦ୍ଦାରେ ଭାରତୀୟ ମହାବାଣିଜ୍ୟ ଦୁତାବାସ ନିୟନ୍ତ୍ରଣ କକ୍ଷ ସ୍ଥାପନ
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ)-ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରସାଉଦି ଆରବରେ ମଦିନା ନିକଟରେ ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ।ଏହି ଦୁର୍ଘଟଣାରେ ଅନେକ ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ସେ କହିଛନ୍ତି
ମଦିନା ଦୁର୍ଘଟଣା: ଜୟଶଙ୍କର ଦୁଃଖ ପ୍ରକାଶ କଲେ, ଜେଦ୍ଦାରେ ଭାରତୀୟ ମହାବାଣିଜ୍ୟ ଦୁତାବାସ ନିୟନ୍ତ୍ରଣ କକ୍ଷ ସ୍ଥାପନ


ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ)-ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରସାଉଦି ଆରବରେ

ମଦିନା ନିକଟରେ ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ

କଲେ।ଏହି ଦୁର୍ଘଟଣାରେ ଅନେକ ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ସେ କହିଛନ୍ତି

ଯେ ରିୟାଦ ଏବଂ ଜେଦ୍ଦାରେ ଆମର ଦୂତାବାସ ପ୍ରଭାବିତ ପରିବାରକୁ ସହାୟତା କରୁଛି।ଜେଦ୍ଦାରେ ଭାରତୀୟ ମହାବାଣିଜ୍ୟ

ଦୁତାବାସ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି। ଜୟଶଙ୍କର ଏକ ଏକ୍ସ-ପୋଷ୍ଟରେ କହିଛନ୍ତି, ସାଉଦି ଆରବର ମଦିନାରେ ଭାରତୀୟ ନାଗରିକଙ୍କ ସହିତ ଏହି ଦୁର୍ଘଟଣାରେ ଆମେ ଗଭୀର ମର୍ମାହତ। ରିୟାଦ ସ୍ଥିତ ଆମର ଦୂତାବାସ ଏବଂ ଜେଦ୍ଦା ସ୍ଥିତ ବାଣିଜ୍ୟ ଦୁତାବାସ

ଏହି ଦୁର୍ଘଟଣାରେ ପ୍ରଭାବିତ ଭାରତୀୟ ନାଗରିକ

ଏବଂ ସେମାନଙ୍କ ପରିବାରକୁ ପୂର୍ଣ୍ଣ ସହାୟତା ପ୍ରଦାନ କରୁଛନ୍ତି।ଜେଦ୍ଦା ସ୍ଥିତ ଭାରତୀୟ ମହାବାଣିଜ୍ୟ ଦୁତାବାସ ଶୋକସନ୍ତପ୍ତ ପରିବାର

ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। ଅନ୍ୟ ଏକ ଏକ୍ସ-ପୋଷ୍ଟ ଅନୁଯାୟୀସାଉଦି ଆରବର ମଦିନା

ନିକଟରେ ଭାରତୀୟ ଉମରା ତୀର୍ଥଯାତ୍ରୀଙ୍କ ସହିତ ହୋଇଥିବା ବସ୍ ଦୁର୍ଘଟଣା ପରେ, ଜେଦ୍ଦା ସ୍ଥିତ ଭାରତୀୟ ମହାବାଣିଜ୍ୟ ଦୁତାବାସରେ ନିୟନ୍ତ୍ରଣ କକ୍ଷ ସ୍ଥାପନ

କରାଯାଇଛି। ଏହି କକ୍ଷ ୨୪ ଘଣ୍ଟା କାର୍ଯ୍ୟ କରିବ। ଯେକୌଣସି ସୂଚନା ପାଇଁ ଟୋଲ୍-ଫ୍ରି ନମ୍ବର

8002440003 ରେ ଯୋଗାଯୋଗ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande