ସାଉଦି ଆରବରେ ଏକ ଦୁର୍ଘଟଣାରେ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କଲେ
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)- ସାଉଦି ଆରବର ମଦିନା-ମକ୍କା ରାଜପଥରେ ଏକ ଦୁର୍ଘଟଣାରେ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏକ ବାର୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମଦିନାରେ ଭାରତୀୟ ନାଗରିକଙ୍କ ସହିତ
ସାଉଦି ଆରବରେ ଏକ ଦୁର୍ଘଟଣାରେ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କଲେ


ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)- ସାଉଦି ଆରବର ମଦିନା-ମକ୍କା ରାଜପଥରେ ଏକ ଦୁର୍ଘଟଣାରେ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ସୋସିଆଲ ମିଡିଆରେ ଏକ ବାର୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମଦିନାରେ ଭାରତୀୟ ନାଗରିକଙ୍କ ସହିତ ହୋଇଥିବା ଦୁର୍ଘଟଣାରେ ମୁଁ ଗଭୀର ଦୁଃଖିତ । ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ମୋର ସମବେଦନା । ମୁଁ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ରିୟାଦରେ ଆମର ଦୂତାବାସ ଏବଂ ଜେଦ୍ଦା ସ୍ଥିତ ବାଣିଜ୍ୟ ଦୂତାବାସ ଯଥା ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛନ୍ତି । ଆମର ଅଧିକାରୀମାନେ ସାଉଦି ଆରବ କର୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande