
ଭଦ୍ରକ, ୧୭ ନଭେମ୍ବର (ହି.ସ.) - ରୋଭର୍ସ କ୍ଲବର ଆଗଧାଡିର ପରିଚିତ ଖେଳାଳୀ, ପୂର୍ବତନ ପାରିଷଦ ତଥା ସମାଜସେବୀ ମୁଖତାର ଅହେମଦ ଆଜାଦ ଓରଫ (ମୁମୁ)ଙ୍କ ମୃତ୍ୟୁରେ ଭଦ୍ରକ ଜଣେ ଦରଦୀବନ୍ଧୁଙ୍କୁ ହରାଇଛି । ସେ ଥିଲେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ସଫଳ ସମାଜସେବୀ ଓ ସାହସୀ, ସରଳ ସ୍ୱଭାବର ମଣିଷ ଥିଲେ । ଭଦ୍ରକ ୧୯୮୫ ରୁ ୧୯୯୦ ଏନଏସି ନିର୍ବାଚନରେ ପୂର୍ବ ୱାର୍ଡ ୧୦ ନମ୍ବର ତଥା ଏବେ ର କାଜି ମହଲ୍ଲା ୨୭ ନମ୍ବର ୱାର୍ଡରୁ ପ୍ରାଥୀ ହୋଇ ନିର୍ବାଚିତ ହୋଇଥିଲେ । ପୁରୁଣା ବଜ଼ାର କୌଣସି ଏରିଆରେ କିଛି ଗଣ୍ଡଗୋଳ ହୋଇ ସମାଧାନ ନ ହେଲେ, ସେଇଠୁ ଖୋଜାଯାଏ ମୁମୁ ଭାଇଙ୍କୁ । ସେହି ସମାଧାନର ରାସ୍ତା ବାହାର କରି ସମସ୍ତ ଗଣ୍ଡଗୋଳ ସମାଧାନ ହୋଇଯାଏ । ପ୍ରତ୍ୟେକ କ୍ଷେତ୍ରରେ ଆଗରେ ଠିଆ ହୋଇଥାନ୍ତି ଓ ପୁରୁଣା ବଜ଼ାର ଏରିଆରେ ଭାଇଚାରା ବଜାୟ ରହିବ ତାହା ମୁମୁଙ୍କୁ ଜଣା ଥିଲା । ମୁମୁ ର ଭଉଣୀ /ଭିଣୋଇ ଆମେରିକାରେ ରହୁଥିଲେ ଓ ତାଙ୍କରି ଡ଼ାକରରେ ଭଦ୍ରକ ରୁ ଅଲବିଦା କରି ଆମେରିକାରେ ରହିଲେ ଏବଂ ସେଇଠି ବ୍ୟବସାୟରେ ମଧ୍ୟ ଲିପ୍ତ ରହିଲେ । କିନ୍ତୁ ଆମେରିକାରେ ରହି ମଧ୍ୟ ଭଦ୍ରକକୁ ଅଣଦେଖା ନ କରି ଜନସାଧାରଣଙ୍କ ଖବର ପଚାରି ବୁଝୁଥିଲେ ଏବଂ ସେଇଠି ରହି ନିଜ ରୋଭର୍ସ କ୍ଲବ ପାଇଁ ଅନୁଦାନ ରାଶି ଓ ଭଦ୍ରକର ସାଙ୍ଗସାଥି ମାନଙ୍କ ପାଇଁ ମଧ୍ୟ ଉପହାର ପଠାଉଥିଲେ । ୩୫ ବର୍ଷ ଧରି ଆମେରିକାରେ ରହି ଜୀବନଯାପନ କଟାଇ ୧୪ ନଭେମ୍ବର ୨୦୨୫ ରେ ହୃଦଘାତରେ ରହି ମୃତ୍ୟୁବରଣ କରିଥିଲେ। ଭଦ୍ରକ ପୁରୁଣା ବଜ଼ାର ରୋଭର୍ସ କ୍ଲବ ଆନୁକୂଲ୍ୟରୁ ସନ୍ଧ୍ୟା ୭ ଘଟିକା ସମୟରେ କ୍ଲବ ପରିସରରେ ମୁଖତାର ଅହେମଦ ଆଜାଦ (ମୁମୁ ) ଙ୍କ ଶ୍ରଦ୍ଧାଞ୍ଜଳି ସଭାରେ କ୍ଲବର ସଭାପତି ହାଜି କାସିମ ଖାନଙ୍କ ସଭାପତିତ୍ୱରେ ଦୀପ ଲଗାଇ ସଭା ଆରମ୍ଭ ହୋଇଥିଲା । ଏଥିରେ ସମାଜସେବୀ ସୁଧାକର ରାଉତ ସଂଚାଳନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ସ୍ମୃତିସଭା ରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପୌରାଧକ୍ଷ ଗୁଲମକ୍କୀ ଦଲୱାଜି ହବିବ, ଏସ.ଏମ. ଫାରୁକ, ଅଜୟ ନାୟକ , କ୍ଲବର ସମ୍ପାଦକ ହରୀ ପ୍ରସାଦ ନନ୍ଦୀ ,କବି ଅବଦୁଲ ଦୟାନ ଜିଆ ଦେବେନ୍ଦ୍ର ମହାନ୍ତି, ହାଜି ଅବଦୁଲ ମୁକିତ ଖାନ, କମଳାକାନ୍ତ ସ୍ୱାଇଁ, ମହମ୍ମଦ ଜ଼କାଉଲ୍ଲା , ଲକ୍ଷ୍ମୀକାନ୍ତ ବାରିକ, ବସୁମିତ୍ରା ସାହୁ, ଡାକ୍ତର ରବି ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ପାରିଷଦ ଯହିରୁଦ୍ଦିନ ଖାନ, ପାରିଷଦ ନାସର ଅଲି, ପୂର୍ବତନ ପାରିଷଦ ଅସରଫ ଅଲି ଖାନ, ସହିଲ ଅହେମଦ, ମହମ୍ମଦ ଫିରୋଜ଼, କବି ମୁସ୍ତାକ ଗୌହର ଓ ତନବିର ଖାନ ପ୍ରମୁଖ ଯୋଗଦାନ କରିଥିଲେ ଏବଂ କ୍ଲବର ସଭ୍ୟ ଶେଖ ନଜିମୁଦ୍ଦିନ, ହାଜି ଅବଦୁଲ ଦୟାନ, ହାଜି ମତଲୁବ ଅଲି, ହାଜି ତବାରକ ଅଲି, ମିର୍ଜା ଇଜ଼ାଜ଼ ବେଗ, ମିର୍ଜା ଫରୟାଦ ବେଗ, ଜ଼ବି ଆପା, ଇଂ ହବିବୁଲ୍ଲା ଖାନ, ହାଜି ଅବୁ ହୋସେନ, ଫାରୁକ ଖାନ, ଇଂ ମନାୱାର ହୋସେନ, ନାଶିର ଅଲି, ସଲିମ ଖାନ, ସମିର ଓ ଲାଲା ପ୍ରମୁଖ ଉପସ୍ଥିତ ରହିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ