
ଗୌହାଟୀ,୧୭ ନଭେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ
ଡକ୍ଟର ମୋହନ ଭାଗବତ ଆଜି ଦୁଇ ଦିନିଆ ଗସ୍ତରେ
ଆସାମରେ ଆସୁଛନ୍ତି। ସେ ସନ୍ଧ୍ୟାରେ ଲୋକପ୍ରିୟ
ଗୋପୀନାଥ ବରଦଲେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ, ସେ ସିଧାସଳଖ ବରବାରୀ ସ୍ଥିତ ସୁନ୍ଦର୍ଶନାଳୟ ଯିବେ।ସଙ୍ଘର
ଉତ୍ତର ଆସାମ ପ୍ରଦେଶ ପାଇଁ ପ୍ରଚାର ପ୍ରମୁଖ କିଶୋର
ଶିବମ୍ ଏକ ବିବୃତ୍ତିରେ ଏହି ସୂଚନା ପ୍ରଦାନ କରିଛନ୍ତି।ବିବୃତ୍ତି ଅନୁଯାୟୀରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତବାର୍ଷିକୀ ବର୍ଷକୁ ଦୃଷ୍ଟିରେ ରଖିଡକ୍ଟର ଭାଗବତ ସୁନ୍ଦର୍ଶନାଳୟରେ ବିଭିନ୍ନ ବୌଦ୍ଧିକ ଏବଂ ଆଲୋଚନା
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ୧୮ ନଭେମ୍ବର ଅପରାହ୍ନ ୪ଟାରେ ମହାନଗରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ଏକ ପ୍ରବୁଦ୍ଧ
ନାଗରିକ ସମ୍ମିଳନୀ ଅନୁଷ୍ଠିତ ହେବ।ଏଥିରେ ପ୍ରାୟ ୨୦୦ ସାହିତ୍ୟିକ, ସାମ୍ବାଦିକ, ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ପ୍ରମୁଖ ନାଗରିକ ଉପସ୍ଥିତ
ରହିବେ। ଏହି ସମ୍ମିଳନୀରେ ଡକ୍ଟର ଭାଗବତ ବୌଦ୍ଧିକ ପ୍ରବଚନ ଦେବେ ଏବଂ ଆଲୋଚନାରେ ଅଂଶଗ୍ରହଣ
କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା