ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସରେ ଉତ୍କର୍ଷତା ଏବଂ ନୈତିକ ଗଣମାଧ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ ଉପରାଷ୍ଟ୍ରପତି
ହାଇଦ୍ରାବାଦ ୧୭ନଭେମ୍ବର (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ କହିଛନ୍ତି ଯେ ରାମୋଜୀ ରାଓ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରନିର୍ମାତା ଥିଲେ। ସେ ଚିନ୍ତାଧାରାକୁ ଅନୁଷ୍ଠାନରେ ଏବଂ ସ୍ୱପ୍ନକୁ ସ୍ଥାୟୀ ବାସ୍ତବତାରେ ପରିଣତ କରିଥିଲେ। ଉପରାଷ୍ଟ୍ରପତି ଆଜି ହାଇ
ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସରେ ଉତ୍କର୍ଷତା ଏବଂ ନୈତିକ ଗଣମାଧ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ ଉପରାଷ୍ଟ୍ରପତି


ହାଇଦ୍ରାବାଦ ୧୭ନଭେମ୍ବର (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ କହିଛନ୍ତି

ଯେ ରାମୋଜୀ ରାଓ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରନିର୍ମାତା ଥିଲେ। ସେ ଚିନ୍ତାଧାରାକୁ

ଅନୁଷ୍ଠାନରେ ଏବଂ ସ୍ୱପ୍ନକୁ ସ୍ଥାୟୀ ବାସ୍ତବତାରେ ପରିଣତ କରିଥିଲେ। ଉପରାଷ୍ଟ୍ରପତି ଆଜି

ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଆୟୋଜିତ ପ୍ରଥମ ରାମୋଜୀ ଏକ୍ସିଲେନ୍ସୀ ଆୱାର୍ଡ ୨୦୨୫ରେ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଯୋଗ

ଦେଇଥିଲେ। କାର୍ଯ୍ୟକ୍ରମ ରାମୋଜୀ ଗ୍ରୁପର ପ୍ରତିଷ୍ଠା ଦିବସ ଏବଂ ଏହାର ପ୍ରତିଷ୍ଠାତା ରାମୋଜୀ

ରାଓଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ସାତଟି ବର୍ଗରେ ଗ୍ରାମୀଣ ବିକାଶ ,ୟୁଥ ଆଇକନ ,ବିଜ୍ଞାନ

ଏବଂ ପ୍ରଯୁକ୍ତିବିଦ୍ୟା ,ମ୍ୟାନକାଇଣ୍ଡ ସର୍ଭିସ, କଳା ଏବଂ ସଂସ୍କୃତି, ସାମ୍ବାଦିକତା ଏବଂ ୱିମେନ ଆଚିଭର୍ସ ଆୱାର୍ଡ

ଦିଆଯାଇଥିଲା। । ସମ୍ମାନିତ ବ୍ୟକ୍ତିମାନଙ୍କ ମଧ୍ୟରେ ଅମଲା ଅଶୋକ ରୁଇୟା, ଶ୍ରୀକାନ୍ତ ବୋଲା, ଆକାଶ ଟଣ୍ଡନ, ପ୍ରୋ ମାଧବୀ ଲତା ଗାଲି, ପ୍ରଫେସର ସତ୍ୟପତି ପ୍ରସନ୍ନ ଶ୍ରୀ, ଜୟଦୀପ ହାର୍ଦିକର ଏବଂ ପଲ୍ଲବୀ ଘୋଷ ଥିଲେ।ଉପରାଷ୍ଟ୍ରପତି

କହିଥିଲେ ଯେ ରାମୋଜୀ ରାଓ ଗଣମାଧ୍ୟମ ଏବଂ ଯୋଗାଯୋଗ କ୍ଷେତ୍ରରେ ଜଣେ ଅଗ୍ରଣୀ ଥିଲେ ଯିଏ ଇନାଡୁରୁନେଇ ରାମୋଜୀ ଫିଲ୍ମ ସିଟୀ ଏବଂ ଇଟିଭି ନେଟୱାର୍କ

ପର୍ଯ୍ୟନ୍ତ ସାମ୍ବାଦିକତା, ମନୋରଞ୍ଜନ ଏବଂ ଉଦ୍ୟୋଗକୁ ପୁନଃଆକୃତି ଦେଇଥିଲେ। ଏହି ଆୱାର୍ଡସ

ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରେ ଯେଉଁମାନେ ଉତ୍କର୍ଷତା, ପ୍ରେରଣା ଏବଂ

ସାମାଜିକ ପରିବର୍ତ୍ତନର ମନୋଭାବକୁ ଉଦାହରଣ ଦିଅନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande