ପଙ୍କରୁ ଫୁଟିଲା ପଦ୍ମ
ବଲାଙ୍ଗୀର, ୧୭ ନଭେମ୍ବର(ହି.ସ.) – ରାଜ୍ୟସ୍ତରୀୟ ସୁରଭୀ ପ୍ରତିଯୋଗିତା ୨୦୨୫ ରେ ରାଜ୍ୟର ବଛା ବଛା ବିଦ୍ୟାଳୟର ଛାତ୍ରମାନଙ୍କୁ ପଛରେ ପକାଇ ଲୋଇସିଂହା ବ୍ଲକ୍ ଅଧୀନସ୍ଥ ରେଙ୍ଗାଲି କ୍ଲଷ୍ଟରର ଏକ ଅନୁନ୍ନତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଘଡୁଙ୍ଗୁରିର ପଂଚମ ଶ୍ରେଣୀର ଛାତ୍ର ପାର୍ଥ ସାରଥୀ ଭୋଇ ପିତା ଶ୍
ପଙ୍କ ରୁ ଫୁଟିଲା ପଦ୍ମ


ବଲାଙ୍ଗୀର, ୧୭ ନଭେମ୍ବର(ହି.ସ.) – ରାଜ୍ୟସ୍ତରୀୟ ସୁରଭୀ ପ୍ରତିଯୋଗିତା ୨୦୨୫ ରେ ରାଜ୍ୟର ବଛା ବଛା ବିଦ୍ୟାଳୟର ଛାତ୍ରମାନଙ୍କୁ ପଛରେ ପକାଇ ଲୋଇସିଂହା ବ୍ଲକ୍ ଅଧୀନସ୍ଥ ରେଙ୍ଗାଲି କ୍ଲଷ୍ଟରର ଏକ ଅନୁନ୍ନତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଘଡୁଙ୍ଗୁରିର ପଂଚମ ଶ୍ରେଣୀର ଛାତ୍ର ପାର୍ଥ ସାରଥୀ ଭୋଇ ପିତା ଶ୍ରୀମାନ ସୀତାରାମ ଭୋଇ ମାତା ଶ୍ରୀମତୀ ପ୍ରେମଶିଳା ଭୋଇ ଗାଁ କପିଲ ବାହଲ୍ କ୍ୱିଜ୍‌ରେ ରାଜ୍ୟ ସ୍ତରରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଠୁ ପୁରସ୍କାର ଗ୍ରହଣ କରିଛନ୍ତି, ବିଜୟୀ ଛାତ୍ର ଭୋଇଙ୍କ ଏ ସଫଳତା ପାଇଁ ଅଂଚଳରେ ଖୁସିର ଲହରି ଖେଳି ଯାଇଛି, ଏ ବିଜୟର ଶ୍ରେୟ ଶ୍ରୀମାନ ପାର୍ଥ ସାରଥୀ ଭୋଇ ତାଙ୍କ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପାଙ୍କଜିନି ଧରୁଆଙ୍କୁ ଦେଇ କହିଛନ୍ତି ମେମଙ୍କ ଅକ୍ଲାନ୍ତ ପରିଶ୍ରମରେ ସେ ଏ ପୁରସ୍କାରର ଯୋଗ୍ୟ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande