
ଢାକା, 17 ନଭେମ୍ବର (ହି.ସ.)- ବାଂଲାଦେଶର ଅପଦସ୍ଥ
ପ୍ରଧାନମନ୍ତ୍ରୀ ଶେଖ ହାସିନା ବିରୋଧରେ ଆନ୍ତର୍ଜାତୀୟ ଅପରାଧ ନ୍ୟାୟାଧୀକରଣ–1 ଆଜି ରାୟ ଘୋଷଣା କରିବ। ସରକାରୀ ଅଭିଯୋକ୍ତାମାନେ ନ୍ୟାୟାଧୀକରଣକୁ
ମୃତ୍ୟୁଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି। ରାୟ ଆସିବା ପୂର୍ବରୁ ରାଜଧାନୀ ଓ ଚାରିପାଶର
ଜିଲ୍ଲାଗୁଡ଼ିକରେ ଉପଦ୍ରବୀମାନେ କିଛି ସ୍ଥାନରେ ନିଆଁ ଜଳାଇ କରି ଦେଶୀ ବୋମ ଫିଙ୍ଗିଛନ୍ତି।
ଅନ୍ତରିମ ସରକାର ହିଂସାର ଆଶଙ୍କା କରି ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରିଛି। ଏହି
ରାୟ ଉପରେ ସମଗ୍ର ବିଶ୍ୱର ନଜର ରହିଛି।
ଢାକା ଟ୍ରିବ୍ୟୁନ୍ ଖବର
କାଗଜର ରିପୋର୍ଟ ଅନୁଯାୟୀ, ଶେଖ ହାସିନାଙ୍କୁ ଗତବର୍ଷ
ସରକାର ବିରୋଧୀ ପ୍ରଦର୍ଶନ ସମୟରେ ମାନବତା ବିରୋଧୀ ଅପରାଧରେ ପ୍ରମୁଖ ଅଭିଯୁକ୍ତ କରାଯାଇଛି।
ଆଇନ-ଶୃଙ୍ଖଳା ସମ୍ବନ୍ଧୀୟ ଚିନ୍ତାର ମଧ୍ୟରେ ସେନା ଓ ବର୍ଡର ବାଂଲାଦେଶ ଗାର୍ଡ୍ ଯବାନମାନଙ୍କୁ ଅନେକ
ସ୍ଥାନରେ ମୁତୟନ କରାଯାଇଛନ୍ତି। ହାସିନାଙ୍କ ସହ
ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ୍ ଖାନ କମାଲ୍ ଓ ପୂର୍ବତନ ପୋଲିସ ମହାନିରୀକ୍ଷକ ଚୌଧୁରୀ
ଅବ୍ଦୁଲ୍ଲା ଆଲ୍-ମାମୁନଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ସମସ୍ତଙ୍କ ବିରୋଧରେ ହତ୍ୟା,
ହତ୍ୟାଚେଷ୍ଟା, ନିର୍ଯାତନା ସହିତ ପାଞ୍ଚଟି ଗୁରୁତର ଅଭିଯୋଗ ଲଗାଯାଇଛି। ହାସିନା ଓ କମାଲଙ୍କୁ
ନ୍ୟାୟାଧୀକରଣ ପଳାତକ ଘୋଷିତ କରିଛି। ମାମୁନ୍ ବର୍ତ୍ତମାନ ସରକାରୀ ସାକ୍ଷୀ ଭାବରେ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା