
ନୂଆଦିଲ୍ଲୀ, 17 ନଭେମ୍ବର (ହି.ସ.)-ଭାରତ ଓ ଫ୍ରାନ୍ସର ବାୟୁ ସେନା ମଧ୍ୟରେ
ଦ୍ୱିପକ୍ଷୀୟ ବିମାନ ଅଭ୍ୟାସ ‘ଗରୁଡ଼’ ଆରମ୍ଭ ହୋଇଛି।
ଭାରତୀୟ ବାୟୁ ସେନାର ସୁଖୋଇ-30 ଏବଂ ଫ୍ରାନ୍ସର ବାୟୁ ଓ ମହାକାଶ ସେନାର ରାଫେଲ୍ ବିମାନଗୁଡ଼ିକ
ଦ୍ୱିପକ୍ଷୀୟ ଉଚ୍ଚ ଅଭ୍ୟାସ ଅନୁସାରେ ସମନ୍ୱିତ ମିଶନ୍ମାନଙ୍କ ଆରମ୍ଭ କରି ଉଡ଼ାଣ ଭରିଛନ୍ତି।
ଫ୍ରାନ୍ସରେ ୨୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭ୍ୟାସ ଦୁଇ ବାୟୁ ସେନାଙ୍କ ମଧ୍ୟରେ
ଅନ୍ୟୋନ୍ୟ-ଚାଳନକ୍ଷମତା ଏବଂ ଗଭୀର ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ କରିବ।
ଅଭ୍ୟାସ ‘ଗରୁଡ଼’ରେ ଅଂଶଗ୍ରହଣ
କରିବା ପାଇଁ ଭାରତୀୟ ବାୟୁ ସେନାର ଏକ ଦଳ ଫ୍ରାନ୍ସ ପହଞ୍ଚିଛି, ଯେଉଁମାନେ ୧୩
ନଭେମ୍ବରରେ ମୋଣ୍ଟ-ଡି-ମାର୍ସାନ୍ ଏୟାର ବେସରେ ଓହ୍ଲାଇଛନ୍ତି। ଏହି ଅଭ୍ୟାସରେ ଭାରତୀୟ ବାୟୁ
ସେନାର ସୁଖୋଇ-30 ଏମକେଆଇ ବିମାନ ଏବଂ ଫ୍ରାନ୍ସିସ୍ ବାୟୁ ସେନାର ରାଫାଲ୍ ଯୁଦ୍ଧ ବିମାନ ଏକ
କୃତ୍ରିମ ଯୁଦ୍ଧ ପରିବେଶରେ ଅଂଶ ନେବେ, ଯେଉଁଥିରେ ଦୁଇ ବାୟୁ ସେନାଙ୍କ ଦକ୍ଷତା
ଓ ପେଶାଦାରିତ୍ୱର ପ୍ରଦର୍ଶନ ହେବ। ଏହି ଅଭ୍ୟାସ ଅନ୍ୟାନ୍ୟ-ଚାଳନକ୍ଷମତାକୁ ଆହୁରି ବଢ଼ାଇବ, ଶ୍ରେଷ୍ଠ ପ୍ରଚଳିତ
ପ୍ରଥାମାନଙ୍କର ଆଦାନ-ପ୍ରଦାନକୁ ପ୍ରୋତ୍ସାହନ ଦେବ ଏବଂ ଦୁଇ ବାୟୁ ସେନାଙ୍କ ମଧ୍ୟରେ ରକ୍ଷା
ସହଯୋଗକୁ ସୁଦୃଢ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା