
ଉଜ୍ଜୟିନୀ, 17 ନଭେମ୍ବର (ହି.ସ.)-ମଧ୍ୟପ୍ରଦେଶର ଉଜ୍ଜୟିନରେ
ବିଶ୍ବପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱର ମନ୍ଦିରରୁ କାର୍ତ୍ତିକ–ମାର୍ଗଶୀର ମାସରେ ବାହାରୁ
ଥିବା ସବାରୀର କ୍ରମରେ ଆଜି ସୋମବାର ସନ୍ଧ୍ୟାରେ ଭଗବାନ ମହାକାଳଙ୍କର ଅନ୍ତିମ (ଚତୁର୍ଥ) ଏବଂ
ଶାହୀ ସବାରି ଧୂମଧାମରେ ବାହାରିବ। ଅବନ୍ତିକାନାଥ ରୂପେ ରୂପାର ପାଲିଙ୍କୀରେ ବସି ରାଜକୀୟ ଠାଣିରେ
ସହରର ଭ୍ରମଣ କରି ନିଜ ପ୍ରଜାଙ୍କର ଖବର ନେବେ। ଏହି ସମୟରେ ଭଗବାନ ମହାକାଳ ଚନ୍ଦ୍ରମୌଲେଶ୍ଵର
ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେବେ।
ମହାକାଳେଶ୍ୱର ମନ୍ଦିର ପରିଚାଳନା ସମିତିର ପ୍ରଶାସକ ପ୍ରଥମ କୌଶିକ କହିଥିଲେ ଯେ, ପରମ୍ପରାନୁସାରେ
ଆଜି ସନ୍ଧ୍ୟା 4ଟାରେ ଭଗବାନ ମହାକାଳଙ୍କ କାର୍ତ୍ତିକ– ମାର୍ଗଶୀର ମାସର
ରାଜକୀୟ ସବାରି ସହର ଭ୍ରମଣ ପାଇଁ ବାହାରିବ। ସବାରି ବାହାରିବା ପୂର୍ବରୁ ମହାକାଳେଶ୍ୱର ମନ୍ଦିରର
ସଭାମଣ୍ଡପରେ ଭଗବାନ ଚନ୍ଦ୍ରମୌଳେଶ୍ୱରଙ୍କ ନିୟମିତ ପୂଜା କରି ରଜତ ପାଲିଙ୍କୀରେ ବିରାଜମାନ
କରାଯିବ। ପରେ ପାଲକୀ ମନ୍ଦିର ଦ୍ୱାରରେ ପହଞ୍ଚିବ। ମୁଖ୍ୟ ଦ୍ୱାରରେ ସଶସ୍ତ୍ର ପୋଲିସ ଜବାନମାନେ
ଭଗବାନଙ୍କୁ 'ଗାର୍ଡ ଅଫ ଅନର୍' ଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା