୧୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନ ସୁଗାର ଜବତ, ୮ ଜଣଙ୍କୁ ବାନ୍ଧିଲା ପୋଲିସ
ସମ୍ବଲପୁର, ୧୮ ନଭେମ୍ବର(ହି.ସ.) – ଆଜି ସମ୍ବଲପୁର ସହରରେ ପୁଣି ଜବତ ହୋଇଛି ଉତ୍କଟ ବ୍ରାଉନ ସୁଗାର। ଏହି ଘଟଣାରେ ପୋଲିସ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନ ସୁଗାର ଜବତ୍ କରିବା ସହ ପୋଲିସ ୩ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲିର ମହମ
୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗାର ଜବତ୍ : ୮ ଜଣଙ୍କୁ ବାନ୍ଧିଲା ପୋଲିସ


୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗାର ଜବତ୍ : ୮ ଜଣଙ୍କୁ ବାନ୍ଧିଲା ପୋଲିସ


ସମ୍ବଲପୁର, ୧୮ ନଭେମ୍ବର(ହି.ସ.) – ଆଜି ସମ୍ବଲପୁର ସହରରେ ପୁଣି ଜବତ ହୋଇଛି ଉତ୍କଟ ବ୍ରାଉନ ସୁଗାର। ଏହି ଘଟଣାରେ ପୋଲିସ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନ ସୁଗାର ଜବତ୍ କରିବା ସହ ପୋଲିସ ୩ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲିର ମହମ୍ମଦ ସୋହେଲ(୨୩) ଓ ମହମ୍ମଦ ନୁମାଲ(୨୫), ମୋତିଝରଣ କ୍ଷେତିପଡ଼ାର ରେଶମା ଖାତୁନ ଓରଫ ନେହା(୩୩), ସୁନାପାଲିର କୁରେଶା ଓରଫ ରୁବି ଖାତୁନ୍‌(୩୦) ଓ ଲକ୍ଷ୍ମୀ ଓରାମ(୩୦) ରହିଛନ୍ତି। ସଦର ଏସଡିପିଓଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମନ୍ତ ବାରିକ ଏହି ସୂଚନା ଦେଇଛନ୍ତି। ଶ୍ରୀ ବାରିକଙ୍କ ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନଥାନା ପୋଲିସ ସଦଳବଳେ ଆଜି ସକାଳେ ଭିଏସ୍‌ଏସ୍ ମାର୍ଗସ୍ଥ ଏକ ସମ୍ଭ୍ରାନ୍ତ ମଲ ପଛପଟେ ଏକ ନିରୋଳା ସ୍ଥାନରେ ଚଢ଼ାଉ କରି ବେଆଇନ୍ ବ୍ରାଉନ ସୁଗାର କାରବାରରେ ଲିପ୍ତ ସୋହେଲ୍ ଓ ନୁମାନଙ୍କୁ ଗିରଫ କରିଥିଲା ସମୋନଙ୍କ ନିକଟରୁ ପୋଲିସ ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ହେବ। ବ୍ରାଉନ ସୁଗାର ସହିତ ସେମାନଙ୍କ ଠାରୁ ୪ଟି ଛୋଟ ଧଳା କାଗଜ, ଦୁଇଟି ଛୋଟ ଚମଚ, ୫ଟି ମୋବାଇଲ ଫୋନ ଓ ନଗଦ ୬ଶହ ଟଙ୍କା ମଧ୍ୟ ପୋଲି ଜବତ କରିଛି। ଉଭୟ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରା ଉଚରା ବେଳେ ସେମାନଙ୍କ ସୂଚନା ଆଧାରରେ ବେଆଇନ ବ୍ରାଉନ ସୁଗାର ବେପାରରେ ଲିପ୍ତ ଉକ୍ତ ୩ ମହିଳାଙ୍କୁ ମଧ୍ୟ ପ୍ରଥମେ ଅଟକ ରଖି ପଚରା ଉଚରା କରାଯାଇଥିଲା। ଘଟଣା ସମ୍ପର୍କରେ ସେମାନେ ସ୍ୱୀକାର କରିବା ପରେ ତିନି ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହାକୁ ନେଇ ଟାଉନ ଥାନାରେ କେସ୍ ନମ୍ବର ୩୭୨/୨୫ରେ ଏକ ଅବକାରୀ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ସେମାନେ ବ୍ରାଉନ ସୁଗାରକୁ କୋଲକାତାରୁ ଆଣି ଏଠାରେ ବିକ୍ରୟ କରୁଥିଲେ। ତେବେ ସମ୍ୱଲପୁରରେ ବ୍ରାଉନ ସୁଗାର ବେପାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଓ ଏହାର କିଙ୍ଗପିନ୍ କିଏ ସେ ନେଇ ପୋଲିସ ତଦନ୍ତକୁ ଜୋରଦାର କରିଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande