ଗୁମ୍ମାଝରଣରେ ଭୋଜି କରିବାକୁ ଆସି ୨ ନିଖୋଜ
ମାଲକାନଗିରି, ୧୮ ନଭେମ୍ବର (ହି.ସ.) - ଗୁମ୍ମାଝରଣରେ ଭୋଜି କରିବାକୁ ଆସି ୨ ନିଖୋଜ । ମାଲକାନଗିରି ଜିଲା ମାଡକାପଦର ପଞ୍ଚାୟତ ଅଧିନ ଗୁମ୍ମାଝରଣରେ ଆଜି ୫ ଜଣ ବନ୍ଧୁ ମିଶି ଭୋଜି କରିବାକୁ ଆସିଥିଲେ । ସମସ୍ତେ ଜୟପୁର ବିକ୍ରମ ଦେବ କଲେଜର ଛାତ୍ର । ଝରଣା ଭିତରେ ପଶି ହାତ ଧରାଧରି ହୋଇ ଗାଧୋଇଥିଲେ ୪ ଜଣ
ଗୁମ୍ମାଝରଣରେ ଭୋଜି କରିବାକୁ ଆସି ୨ ନିଖୋଜ


ମାଲକାନଗିରି, ୧୮ ନଭେମ୍ବର (ହି.ସ.) - ଗୁମ୍ମାଝରଣରେ ଭୋଜି କରିବାକୁ ଆସି ୨ ନିଖୋଜ । ମାଲକାନଗିରି ଜିଲା ମାଡକାପଦର ପଞ୍ଚାୟତ ଅଧିନ ଗୁମ୍ମାଝରଣରେ ଆଜି ୫ ଜଣ ବନ୍ଧୁ ମିଶି ଭୋଜି କରିବାକୁ ଆସିଥିଲେ । ସମସ୍ତେ ଜୟପୁର ବିକ୍ରମ ଦେବ କଲେଜର ଛାତ୍ର । ଝରଣା ଭିତରେ ପଶି ହାତ ଧରାଧରି ହୋଇ ଗାଧୋଇଥିଲେ ୪ ଜଣ । ସେଥିରୁ ୩ ଜଣଙ୍କ ଗୋଡ ଖସିଯାଇଥିଲା । କୌଶଳକ୍ରମେ ଜଣଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ ସ୍ଥାନୀୟ ଲୋକେ । କିନ୍ତୁ ୨ ଜଣଙ୍କ ପତ୍ତା ଏବେ ସୁଦ୍ଧା ମିଳିପାରିନି । ନିଖୋଜ ଥିବା ୨ ଛାତ୍ର ମଧ୍ୟରୁ ଜଣଙ୍କ ଘର ନାରାୟଣପାଟଣା ହୋଇଥିବାବେଳେ ଅନ୍ୟଜଣଙ୍କ ଘର ଜୟପୁର ନୂଆସାହି ର ବୋଲି ସୂଚନା ମିଳିଛି । ମାଥିଲି ଦମକଳ ବାହିନୀ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande