୭୨ତମ ଜିଲ୍ଲା ସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ
ଖୋର୍ଦ୍ଧା,, 18 ନଭେମ୍ବର (ହି.ସ.)ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଓ ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ମିଳିତ ଅନୁକୁଲ୍ୟରେ ଜୟୀ ରାଜଗୁରୁ ଟାଉନ ହଲ ପରିସରରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା ଉକ୍ତ ସଭା ମ
ସମବାୟ


ଖୋର୍ଦ୍ଧା,, 18 ନଭେମ୍ବର (ହି.ସ.)ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଓ ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ମିଳିତ ଅନୁକୁଲ୍ୟରେ ଜୟୀ ରାଜଗୁରୁ ଟାଉନ ହଲ ପରିସରରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା ଉକ୍ତ ସଭା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଦ୍ୟ ସଭାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଅଭିଷେକ ସିଂହ ସାମନ୍ତ ପୌରହିତ୍ୟରେ ସଭା ପରିଚାଳନା କରାଯାଇଥିଲା। ଉକ୍ତ ସଭାରେ ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଅଲକାନନ୍ଦା ଜେନା, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ, ସାରଥୀ ଶତପଥୀ ,ସହନିବନ୍ଧକ ଖୋର୍ଦ୍ଧା ମଣ୍ଡଳ ଭଗମତ ମାରାଣ୍ଡି, ଭବାନୀ ଶଙ୍କର ପଶୁପାଳକ ସହ ମହାସମୀକ୍ଷକ ଖୋର୍ଦ୍ଧା ସମବାୟ ସମୀକ୍ଷା ମଣ୍ଡଳ ବରିଷ୍ଠ ସହନିବନ୍ଧକ ସମବାୟ ସମିତି ସମୂହ, ଭୁବନେଶ୍ଵର ମଣ୍ଡଳ,ପ୍ରିୟବ୍ରତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ସାଧାରଣ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର ଓ ପରିଚାଳନା ପରିଷଦ ର ସମସ୍ତ ନିର୍ଦ୍ଦେଶକ ଓ ନିର୍ଦ୍ଦେଶିକା ଗଣ ଉ ଥିଲେ । ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା ନିଜେ ଜଣେ ଚାଷୀ ଭାବରେ ଚାଷୀ ମାନଙ୍କର ଥିବା ସେ ନିଜେ ଅତି ପାଖରୁ ଦେଖୁଆସିଛନ୍ତି । ସେଥିପାଇଁ ସମସ୍ତ ସମିତି କର୍ମଚାରୀ ଚାଷୀମାନଙ୍କୁ ସମିତିରେ ସମ ସାହାର୍ଯ୍ୟ କରିବା ପାଇଁ ନିଜର କର୍ମକୁ ସୁଚାରୁରୂପେ ତୁଲାଇବାକୁ ପରାମର୍ଶ ଦେଇଥିଲେ । ଯଦି ଏଥିରେ କିଛି ବ୍ୟା ଉପସ୍ଥିତ ସମସ୍ୟା କୁ ର ସମସ୍ତ କାର୍ଯ୍ୟରେ କିଛି ବ୍ୟାଘାତ ସୃଷ୍ଟି କଡା ଦଣ୍ଡ ର ମଧ୍ୟ ପ୍ରଦାନ କରିବା ପାଇଁ ସୂଚାଇ ଦେଇଥିଲେ । ସଭାପତି ଶ୍ରୀ ସାମନ୍ତ ସମିତି ର ସମସ୍ତ ଆନୁସଙ୍ଗିକ ସୁବିଧା ପ୍ରଦ ପ୍ରଦାନ କରିବା କୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ କରିବା ସହିତ ସରକାର ସମ୍ପାଦକ ଙ୍କୁ କ୍ୟାଡର ନିୟମ କୁ ସ୍ବାଗତ କରିବା ସହିତ ଆଉ ଯେଉଁ କିଛି ଅସୁବିଧା ଅଛି ତାହାକୁ ଅତିଶୀଘ୍ର ସମାଧାନ କରି ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ କହିଥିଲେ । ଏହି ବର୍ଷ ଭାରତ ସରକାର ସାରା ବିଶ୍ୱକୁ ଆନ୍ତର୍ଜାତିକ ସମବାୟ ସପ୍ତାହ -୨୦୨୫ ର ପ୍ରତିନିତ୍ବ ପ୍ର କରି ଆତ୍ମନିର୍ଭର ଭାରତ କରିବା ପାଇଁ ସମବାୟ ର ର ଭୂମିକା କୁ ଅତ୍ୟନ୍ତ ଗୁରୁତ୍ବ ପ୍ରଦାନ କ କରିଥିଲେ ।ଖୋର୍ଦ୍ଧା ଜିଲ୍ଲାର ସମବାୟ ବିଭାଗର କାର୍ଯ୍ୟଶୈଳୀକୁ ଆହୁରି ପରିମାର୍ଜିତ କରି ବିକାଶ ର ଧାରାକୁ ତୃଣମୂଳ ସ୍ତରର ଚାଷୀ ମା ମାନଙ୍କ ନିକଟରେ ପଂହଂଚାଇବାକୁ ସମସ୍ତ କର୍ମଚାରୀଙ୍କୁ ଆହ୍ବାନ ଦେଇଥିଲେ ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀ ମାନଙ୍କୁ ସାର ର ବିହନ ତଥା ମଣ୍ଡିରେ ଧାନ ନ ବିକ୍ରି ବାବଦରେ କିଛି ବକ୍ତବ୍ୟ ରଖିଥିଲେ । ନିଜର ଉଚ୍ଚ କୋଟିର ଅଭିଭାଷଣ ରେ ସମବାୟ ର ବିଭିନ୍ନ ଦିଗ ଓ କାର୍ଯ୍ୟ ଶୈଳୀ ଉପରେ ଗଭୀର ଆଲୋକପାତ କରି ବ୍ୟାଙ୍କର ଚାଷୀମାନଙ୍କୁ ମିଳୁଥିବା ସମସ୍ତ ଋଣ ଓ ଓ ଅନ୍ୟାନ୍ୟ ସାହାଯ୍ୟ ବିଷୟରେ ଶ୍ରୀ ସତପ‌ଥ୍ ଆଲୋକପାତ କରିଥିଲେ । ଗତ ୧୪ ତାରିଖରେ ର ପ୍ରାୟ ୧୫୦ ରୁ ୨୦୦ ଜଣ ପ୍ରତିଯୋଗୀଙ୍କୁ ନେଇ ଏକ ଗଣ ଦୌଡ଼ -୨୦୨୫ ରେ ଏକ ଅନୁଷ୍ଠିତ ହୋଇଥିଲା ଓ ୧୫ ତାରିଖରେ ର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଥୁବା କନିଷ୍ଠ ଓ ବରିଷ୍ଠ ବର୍ଗରେ ୧୨ ଛା ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । କୃଷି ଓ ଉଦ୍ୟାନ କୃଷି ରେ ଖୋର୍ଦ୍ଧା ଜିଲ୍ଲା ରେ ୩ ଜଣ ଅଗ୍ରଣୀ ଚାଷୀ/ ସର୍ବଶ୍ରେଷ୍ଠ ଉଦ୍ୟୋଗୀ, ସର୍ବଶ୍ରେଷ୍ଠ ୩ ଟି ମହିଳା ସ୍ବୟଂ ସହାୟକ ଗେ ଗୋଷ୍ଠୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଖୋରଧା ଓ ଭୁ ଭୁବନେଶ୍ବର ମଣ୍ଡଳ ରେ ଡାଳତୋଳା ପ୍ୟାକ୍ସ, ଗାରେଡିପାଞ୍ଚଣ ପ୍ୟାକ୍ସ, ଆର.ସି.ଏମ.ଏସ .,ଭୁବନେଶ୍ଵର କୁ ନନ ପ୍ୟାକ୍ସ ଭାବରେ ଟ୍ରଫିସହିତ ମାନପତ୍ର ପ୍ରଦାନ କରାଯାଇଥିଲ ଧୂଲା ଡିଆରସିଏସ କାର୍ଯ୍ୟାଳୟର ତପନ ଦାସ ଓ ବ୍ୟାଙ୍କର କର ଏ ଜି ମ ସନ୍ଦୀପ ପଟ୍ଟନାୟକ ସମ୍ପାଦନ କରିଥିଲା ବେଳେ ଜ୍ୟୋତିରଞ୍ଜନ ରାଉତରାୟ ମଞ୍ଚ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande