
ଘଟଗାଁ , ୧୮ ନଭେମ୍ୱର ( ହି ସ) - କୋମଳମତି ଶିଶୁଙ୍କ ପ୍ରତି ହେଉଛି ଅନ୍ୟାୟ । ପ୍ରତିଦିନ ନାଳ ଅତିକ୍ରମ କରି ଦୁଇ କିଲୋମିଟର ଯିବୁ କିପରି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତରେ ! ସୂଚନା ଅନୁଯାଇ ବଞ୍ଚୋ ପଞ୍ଚାୟତ ସିଙ୍ଗଡୋଭ ଗ୍ରାମରେ ଦୁଇଟି ୱାର୍ଡ ରହିଛି ଏଗାର ନମ୍ବର ଓ ବାର ନମ୍ବର ୱାର୍ଡ ! ଗ୍ରାମରେ ଏକ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ନିମନ୍ତେ ହାଟଡିହି ବ୍ଲକ ପକ୍ଷରୁ ବ୍ୟୟ ଅଟକାଳ ହୋଇଥିବା ବେଳେ ଏହି ନିର୍ମାଣ କାର୍ଯ୍ୟକୁ ଉପଯୁକ୍ତ ସ୍ଥାନ ବାର ନମ୍ବର ୱାର୍ଡରେ ନକରି କିଛି ଅସାଧୁ ଓ ପ୍ରଶାସନିକ ଅଧିକାରୀଙ୍କ ମିଲିଭଗତରେ ଏହା ଏଗାର ନମ୍ବର ୱାର୍ଡକୁ ସ୍ତାନାନ୍ତର କରାଯାଇଛି,କାରଣ ବାର ନମ୍ବର ୱାର୍ଡରେ ବାଇଶି ଜଣ ଅଙ୍ଗନବାଡି ଛାତ୍ର ଛାତ୍ରୀ ଥିବା ବେଳେ, ଏଗାର ନମ୍ବର ୱାର୍ଡରେ ମାତ୍ର ତିନି ଜଣ ଛାତ୍ର ଛାତ୍ରୀ ଅଛନ୍ତି,ତେଣୁ ଏହି ବାଇଶି ଜଣ କୋମଳମତି ଶିଶୁ ଏଗାର ନମ୍ବର ୱାର୍ଡ ଅଙ୍ଗନବାଡି କେନ୍ଦ୍ର ଯିବାକୁ ହେଲେ ପ୍ରାୟ ଦୁଇ କିଲୋମିଟର ନାଳ ରାସ୍ତା ଦେଇ ଯିବାକୁ ପଡିଥାଏ,ସେଥିପାଇଁ ଅବିଭାବକ ଓ ଗ୍ରାମବାସୀ ଏଗାର ନମ୍ବର ୱାର୍ଡରେ ଅଙ୍ଗନବାଡି ଗୃହ ନିର୍ମାଣକୁ ବିରୋଧକରି ସିଙ୍ଗଡୋଭ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଧାରଣାରେ ବସିଥିଲେ ଯେଉଁ ସ୍ଥାନରେ ଅଙ୍ଗନବାଡି ଗୃହ ନିର୍ମାଣର ଦାବି ହେଉଛି ! ଖବର ପାଇ ହାଟଡିହି ବିଡ଼ିଓ,ସିଡିପିଓ ଓ ବି.ଇ.ଓ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ଘଟଣାର ଅନୁଧ୍ୟାନକରି ସମାଧାନ କରିବାର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ