
ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – ଓଡ଼ିଶାର ସମସ୍ତ ଜିଲ୍ଲାର ଅଗ୍ନିବୀର ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ୨୯ ନଭେମ୍ବର ୨୦୨୫ରୁ ୦୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ସମ୍ବଲପୁର(ଓଡିଶା) ର ଜମାଦାରପାଲି, ଏୟାରଷ୍ଟ୍ରିପ୍ରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ନିଯୁକ୍ତି ରାଲି ସମୟରେ ଅନଲାଇନ୍ କମନ୍ ଏଂଟ୍ରାନ୍ସ ପରୀକ୍ଷାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି। ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପ୍ରବେଶ ପତ୍ର ପୂର୍ବରୁ ସେମାନଙ୍କର ପଞ୍ଜିକୃତ ଇମେଲ୍ ଆଇଡିକୁ ପଠାଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାରେ ଯୋଗଦାନ କରି ସେମାନଙ୍କର ପ୍ରୋଫାଇଲ୍ରେ ନିଯୁକ୍ତି ରାଲି ପାଇଁ ସେମାନଙ୍କର ପ୍ରବେଶ ପତ୍ର ମଧ୍ୟ ଡାଉନଲୋଡ଼ କରିପାରିବେ। ପ୍ରାର୍ଥୀମାନେ ସମ୍ବଲପୁର(ଓଡ଼ିଶା)ର ସେନା ନିଯୁକ୍ତି କାର୍ଯ୍ୟାଳୟର ଯୋଗାଯୋଗ ନମ୍ବର ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୫୨୦୮୪୫ ରେ ସେନା ନିଯୁକ୍ତି ରାଲି ସମ୍ବନ୍ଧୀୟ ଯେକୌଣସି ସୂଚନା/ ପ୍ରଶ୍ନ ପାଇଁ ଯୋଗାଯୋଗ କରିପାରିବେ।
ନିଯୁକ୍ତି ପ୍ରକ୍ରିୟା ସମୟରେ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ସେମାନଙ୍କର ମୂଳ କାଗଜପତ୍ର କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତର କରନ୍ତୁ ନାହିଁ, ଯାହା ଦ୍ୱାରା ସେମାନେ ଟାଉଟ୍/ ଏଜେଂଟଙ୍କ ଘୃଣ୍ୟ କାର୍ଯ୍ୟକଳାପର ଶିକାର ନହୁଅନ୍ତି। ଏପରି ଯେକୌଣସି ଘଟଣା ଦୃଷ୍ଟିରେ ଆସେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ନିଯୁକ୍ତି କର୍ମଚାରୀଙ୍କୁ ରିପୋର୍ଟ କରାଯିବା ଉଚିତ। ସମ୍ବଲପୁର(ଓଡ଼ିଶା)ସ୍ଥିତ ସୈନ୍ୟ ନିଯୁକ୍ତି କାର୍ଯ୍ୟାଳୟ ନିଯୁକ୍ତି ରାଲି ସମୟରେ ଏପରି ଟାଉଟ୍/ଏଜେଂଟ ଏବଂ ଅପବ୍ୟବହାରକାରୀଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଦ୍ୱାରା କଠୋର ପଦକ୍ଷେପ ନିଆଯାଇଛି, ଯେଉଁମାନେ ଏଥିପାଇଁ ସହଯୋଗ ପାଇଛନ୍ତି ବୋଲି ସେନା ନିଯୁକ୍ତ କାର୍ଯ୍ୟାଳୟ ସମ୍ବଲପୁର(ଓଡିଶା) ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ