ଆନ୍ଧ୍ରପ୍ରଦେଶରେ ସୁରକ୍ଷାବଳକୁ ଅନ୍ୟ ଏକ ବଡ଼ ସଫଳତା, ୩୧ ମାଓବାଦୀ ଗିରଫ
ବିଜୟୱାଡ଼ା/ରମ୍ପାଛୋଡ଼ୱରମ, ୧୮ ନଭେମ୍ବର(ହି.ସ.) – ଆନ୍ଧ୍ରପ୍ରଦେଶରେ ମାଓବାଦୀମାନଙ୍କ ଉପରେ ଲକ୍ଷ୍ୟ ସାଧିବା ସମୟରେ ସୁରକ୍ଷାବଳକୁ ମଙ୍ଗଳବାର ଦିନ ଏକ ଅନ୍ୟ ବଡ଼ ସଫଳତା ମିଳିଚି। ସୁରକ୍ଷା ବଳ ସକାଳେ ଏକ ସଂଘର୍ଷରେ ଛଅ ମାଓବାଦୀଙ୍କୁ ମାରିଥିଲା। ଏହାର କିଛି ସମୟ ପରେ ସୁରକ୍ଷାବଳ ରାଜ୍ୟରେ କେତେକ ସ୍ଥାନର
ଆନ୍ଧ୍ରପ୍ରଦେଶରେ ସୁରକ୍ଷାବଳକୁ ଅନ୍ୟ ଏକ ବଡ଼ ସଫଳତା, ୩୧ ମାଓବାଦୀ ଗିରଫ


ବିଜୟୱାଡ଼ା/ରମ୍ପାଛୋଡ଼ୱରମ, ୧୮ ନଭେମ୍ବର(ହି.ସ.) – ଆନ୍ଧ୍ରପ୍ରଦେଶରେ ମାଓବାଦୀମାନଙ୍କ ଉପରେ ଲକ୍ଷ୍ୟ ସାଧିବା ସମୟରେ ସୁରକ୍ଷାବଳକୁ ମଙ୍ଗଳବାର ଦିନ ଏକ ଅନ୍ୟ ବଡ଼ ସଫଳତା ମିଳିଚି। ସୁରକ୍ଷା ବଳ ସକାଳେ ଏକ ସଂଘର୍ଷରେ ଛଅ ମାଓବାଦୀଙ୍କୁ ମାରିଥିଲା। ଏହାର କିଛି ସମୟ ପରେ ସୁରକ୍ଷାବଳ ରାଜ୍ୟରେ କେତେକ ସ୍ଥାନରେ ଛାପା ମାରି ୩୧ ମାଓବାଦୀଙ୍କୁ ଗିରଫ କରିଛି। ଏ ସମସ୍ତଙ୍କୁ ପଚରାଉଚୁରା କରାଯାଉଛି।

ଆନ୍ଧ୍ରପ୍ରଦେଶର ଏଡିଜି ଗୁଇନ୍ଦା ମହେଶ ଚନ୍ଦ୍ର ଲଡ୍ଡା ଅଲ୍ଲୁରୀ ସୀତାରାମାରାଜୁ ଜିଲ୍ଲାର ଏସ୍‌ପି ଅମିତ ବରଦାର ସହିତ ପତ୍ରକାରଙ୍କୁ ସଂଘର୍ଷ ଏବଂ ଗିରଫଦାରିର ପୁରା ବୋରା ଦେଇଛି। ଲଡ୍ଡା କହିଛନ୍ତି ଯେ ମଙ୍ଗଳବାର ସକାଳ ୬.୩୦ରୁ ୭.୦୦ ମଧ୍ୟରେ ଅଲ୍ଲୁରୀ ସୀତାରାମାରାଜୁ ଜିଲ୍ଲାର ମାରେଦୁମିଲ୍ଲି ବନ ଅଂଚଳରେ ସୁରକ୍ଷା ବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୋଳାବାରି ହୋଇଛି। ଏହି ସଂଘର୍ଷରେ ଛଅ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଲଡ୍ଡା କହିଛନ୍ତି ଯେ ଗତ ଦୁଇଦିନ ହେଲା ଗୁଇନ୍ଦା ସୂଚନା ଆଧାରରେ ବ୍ୟାପକ ତଲାଶୀ ଅଭିଯାନ ଚଲାଯାଉଛି। ତଲାଶୀ ଅଭିଯାନ ଏବେ ମଧ୍ୟ ଜାରି ରହିଛି। ସେ କହିଛନ୍ତି ଯେ ମାଓବାଦୀଙ୍କ ପାଖରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande