ଦେଶର ବିକାଶରେ ରାଷ୍ଟ୍ର ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ସ୍ମରଣୀୟ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ନବମ ସନ୍ଧ୍ୟା
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ରାଷ୍ଟ୍ର ପୁରୁଷ ଅଟଳ ବିହାରୀ ବାଜପେୟୀ ଦେଶର ବିକାଶ ପୁରୁଷ। ଅଟଳଜୀ କେବଳ ଜଣେ ରାଷ୍ଟ୍ରନେତା ନଥିଲେ ବରଂ ସେ ଥିଲେ ଗଣତନ୍ତ୍ରର ପୂଜାରୀ ତଥା କବି ଓ ବାଗ୍ମୀ ମଣିଷ। ପ୍ରଧାନ ମନ୍ତ୍ରୀ ଭାବେ ସେ ଯେତେବେଳେ ଦେଶର ନେତୃତ୍ୱ ନେଇଥିଲେ ସେତେବେଳେ ଦେଶର ପ୍ରଭୁତ ବିକାଶ ସାଧି
BHADRAK MOHASTAV & PUSTAK MELA 9TH EVENING


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ରାଷ୍ଟ୍ର ପୁରୁଷ ଅଟଳ ବିହାରୀ ବାଜପେୟୀ ଦେଶର ବିକାଶ ପୁରୁଷ। ଅଟଳଜୀ କେବଳ ଜଣେ ରାଷ୍ଟ୍ରନେତା ନଥିଲେ ବରଂ ସେ ଥିଲେ ଗଣତନ୍ତ୍ରର ପୂଜାରୀ ତଥା କବି ଓ ବାଗ୍ମୀ ମଣିଷ। ପ୍ରଧାନ ମନ୍ତ୍ରୀ ଭାବେ ସେ ଯେତେବେଳେ ଦେଶର ନେତୃତ୍ୱ ନେଇଥିଲେ ସେତେବେଳେ ଦେଶର ପ୍ରଭୁତ ବିକାଶ ସାଧିତ ହୋଇଥିଲା ବୋଲି ଉତ୍କଳ ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ନବମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ନବମ ସଂନ୍ଧ୍ୟାକୁ ନାଟ୍ୟ ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ସମାଜସେବୀ ରାୟ ରାମାନନ୍ଦ ମହାପାତ୍ରଙ୍କ ସ୍ମତିରେ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ ‘ରାଷ୍ଟ୍ର ରାଜନୀତିରେ ବିକାଶ ପୁରୁଷ ଅଟଳ ବିହାରୀ ' ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବର ଆବାହକ ଅଧ୍ୟାପକ ନୀହାର ରଞ୍ଜନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅସୁରାଳି ସ୍ଥିତ ବେଷ୍ଟର ଅଧ୍ୟକ୍ଷ ଇଂ. ରବୀନ୍ଦ୍ର କୁମାର ଜେନା ମୁଖ୍ୟ ବକ୍ତା, ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ କୁଶଦେବ ମଲ୍ଲିକ, କବି ଓ ସଂଗଠକ ନିର୍ମଳ ଚନ୍ଦ୍ର ବେହୁରିଆ, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ, ବାସୁଦେବପୁର ସୌରଭ ମହୋତ୍ସବ ସଭାପତି ଜୟପ୍ରକାଶ ମଲ୍ଲିକ, କବୟିତ୍ରୀ ଚୈତାଳୀ ଖିଲାର ବରେଣ୍ୟ ଅତିଥ ଭାବେ ଯୋଗଦେଇଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ଲତା ବାରିକ ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ କବୟିତ୍ରୀ ତଥା ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ ଅତିଥି ପରିଚୟ ଓ ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହୋତ୍ସବର ସମ୍ପାଦକ ଅଧ୍ୟାପକ ନୀହାର ରଞ୍ଜନ କର ମଂଚ ପରିଚାଳନା କରିଥିଲେ ଏବଂ ମହୋତ୍ସବ ସହ ସମ୍ପାଦିକା ଅଞ୍ଜୁବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କାର୍ଯ୍ୟକ୍ରମକୁ ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ନାରାୟଣ ପାଢ଼ୀ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ଅଞ୍ଜୁବାଳା ରାଉତ, ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ। ଏହି ସନ୍ଧ୍ୟାରେ ମୟୂର ଡ୍ୟାନ୍ସ ଗ୍ରୁପ ଓ ଭଦ୍ରକ କଲ୍‌ଚୁରାଲ ଏକାଡେମୀ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande