ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସହକାରୀ ବ୍ଲକ୍ ଶିକ
BLOCK STARIYA BIGYAN MELA BAITHAK


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସହକାରୀ ବ୍ଲକ୍ ଶିକ୍ଷାଧିକାରୀ ଅନିତା ମିଶ୍ର, ତ୍ରିପୁରା ପଲ୍ଲାଇ,ବ୍ଲକ ବିଜ୍ଞାନ ସଂଯୋଜକ ଅମୂଲ୍ୟ କୁମାର ରାଉତ,ପ୍ରଧାନ ଶିକ୍ଷକ ଅନିଲ ମିଶ୍ର,ଅକ୍ଷୟ ସାମଲ ଟୁନା ମହାଳିକ,ସନାତନ ଜେନା,ଶ୍ରୀଧର ସ୍ୱାଇଁ,ସଞ୍ଜୟ ମହାଳିକ,ସୁବ୍ରତ ଦାସ, ସି.ଆ.ର୍ସି.ସି ତପନ ସାହୁ, କାମାକ୍ଷା ପ୍ରସାଦ ମହାପାତ୍ର, ବୀଣାପାଣି ନାୟକ, ଦେବାଶିଷ ମୁଦୁଲି,ସୁଶାନ୍ତକୁମାର ପଣ୍ଡା,କୃଷ୍ଣ ଚନ୍ଦ୍ର ଜେନା,ଦିଲ୍ଲୀପ କୁମାର ନାୟକ,ବୀର ନାରାୟଣ ଦାସ ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷ ବିଜ୍ଞାନ ମେଳା ସମ୍ପର୍କରେ ଆଲୋଚନା କରିଥିଲେ।ଚଳିତ ବର୍ଷର ବିଜ୍ଞାନ ମେଳା ଡିସେମ୍ବର ମାସ ୦୫ ତାରିଖ ଦିନ କଇଥଖୋଲା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହେବାକୁ ସ୍ତିର ହେଲା। ଶେଷରେ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ୍ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande