ବିଶ୍ୱହିନ୍ଦୁ ପରିଷଦ ଡାକରା ରେ ଢେଂକିକୋଟ ରେ ବନ୍ଦ ପାଳନ
କେନ୍ଦୁଝର, 18 ନଭେମ୍ବର (ହି.ସ.) କେନ୍ଦୁଝର ବାଂଶପାଳ ବ୍ଲକର ପୁରୁମୁଣ୍ଡା ରେ ଦିବ୍ୟାଙ୍ଗ ନାବାଳିକା କୁ ଜଣେ ଫେରି ଵାଲା ବଙ୍ଗାଳି ମୁସଲିମ ଯୁବକ ର ଦୁଷ୍କର୍ମ ର ପ୍ରତିବାଦ ରେ କେନ୍ଦୁଝର ଜିଲ୍ଲା ବନ୍ଧଡାକରା ଦେଇଥିଲା ବିଶ୍ଵହିନ୍ଦୁ ପରିଷଦ, କେନ୍ଦୁଝର ସମେତ ଜିଲ୍ଲା ସାରା ବିଭିନ୍ନ ସ୍ଥାନରେ ସ୍ଥ
ବିଶ୍ୱହିନ୍ଦୁ ପରିଷଦ ଡାକରା ରେ ଢେଂକିକୋଟ ରେ ବନ୍ଦ ପାଳନ


କେନ୍ଦୁଝର, 18 ନଭେମ୍ବର (ହି.ସ.) କେନ୍ଦୁଝର ବାଂଶପାଳ ବ୍ଲକର ପୁରୁମୁଣ୍ଡା ରେ ଦିବ୍ୟାଙ୍ଗ ନାବାଳିକା କୁ ଜଣେ ଫେରି ଵାଲା ବଙ୍ଗାଳି ମୁସଲିମ ଯୁବକ ର ଦୁଷ୍କର୍ମ ର ପ୍ରତିବାଦ ରେ କେନ୍ଦୁଝର ଜିଲ୍ଲା ବନ୍ଧଡାକରା ଦେଇଥିଲା ବିଶ୍ଵହିନ୍ଦୁ ପରିଷଦ, କେନ୍ଦୁଝର ସମେତ ଜିଲ୍ଲା ସାରା ବିଭିନ୍ନ ସ୍ଥାନରେ ସ୍ଥାନୀୟ ବିଶ୍ଵହିନ୍ଦୁ ପରିଷଦ, ଓ ହିନ୍ଦୁ ସଂଗଠନ ର କର୍ମୀ ବଜାର, ରାସ୍ତା ରେ ଶାନ୍ତି ପୂର୍ଣ୍ଣ ବନ୍ଦ କରିଥିଲେ ।

ଢେଂକିକୋଟ ବଜାର ରେ ମଧ୍ୟ ବନ୍ଧର ପ୍ରଭାବ ଦେଖା ଯାଇଥିଲା ସମସ୍ତ ସ୍କୁଲ,କାର୍ଯ୍ୟାଳୟ, ବ୍ୟାଙ୍କ ଗୁଡିକ ବନ୍ଧ ପାଇଁ କହିଥିଲେ ସଂଗଠନ କର୍ମୀ, ୨୨୦ ନମ୍ବର ଜାତୀୟ ରାଜପଥ ଓ ୨୦ ନମ୍ବର ଜାତୀୟ ରାଜପଥ ରେ ଯାନବାହାହା ଚଳାଚଳ କୁ ବାରଣ କରିଥିଲେ, ଉଭୟ ପାର୍ଶ୍ୱରେ ଗାଡି ଅଟକ ରହିଥିବା ଦେଖିବାକୁ ମିଳିଥିଲା, ଅତି ଆବଶ୍ୟକ ସେବାରେ ଥିବା ଜାନ କୁ ଛାଡି ଦିଆଯଇଥିଲା, ଏହି ବାର ଘଣ୍ଟିଆ ବନ୍ଦକୁ ବଣିକ ସଂଘ, ପ୍ରେସ୍କ୍ଲବ, ଆଦିତ୍ୟ ବାହିନୀ,ସ୍ଥାନୀୟ ଅନେକ କ୍ଲବ ର ସଦସ୍ୟ ଉପସ୍ଥିତ ରହି ସମର୍ଥନ କରଥିଲେ, ବନ୍ଧ କୁ କର୍ମକର୍ତ୍ତା ରାଧାକାନ୍ତ ବେହେରା, ତୃପ୍ତି ରଞ୍ଜନ ସାହୁ, ରୂପକ ଗିରି, ଶ୍ରୀକାନ୍ତ ମହାକୁଡ଼, ନବ ବେହେରା, ତ୍ରିଲୋଚନ ରାଉତ, କାଳିଆ ବେହେରା, କୃଷ୍ଣଚନ୍ଦ୍ର ମହାନ୍ତ, କରୁଣା କର ମହାନ୍ତ, ଦୀନବନ୍ଧୁ ମହାନ୍ତ,ରବୀନ୍ଦ୍ର ବେହେରା, ବାପି ମଣ୍ଡଳ,ଅରୁଣ ରଣା, ଟୁନା ସିଧୁ, ଜୟଦେବ ଗିରି, କୃଷ୍ଣ ଚନ୍ଦ୍ର ନାୟକ, କାର୍ତ୍ତିକ ସାହୁ,କ୍ଷିତୀଶ ଘଣା,ଶାନ୍ତନୁ କୁମାର ସିଂହ, ତପନ ବେହେରା ପ୍ରମୁଖ ନେତୃତ୍ୱ ନେଇ ଥିଲେ, ଆଜିର ବନ୍ଧ ରେ ସହଯୋଗ କରି ସଫଳ କରା ଯିବା ଓ ଘଟଗାଁ ଥାନ ଅଂଚଳ ରେ ବିଭିନ୍ନ ଘଟଣା ଘଟୁଛି ଏଥିରେ ବାଂଲାଦେଶ ବା ବାହାର ବଂଗାଳି ଙ୍କ ସମ୍ପର୍କ ରେ ଆସୁଥିବା ଙ୍କୁ ସଚେତନ ହେବା ସହ ଫେରୀ ବାହାନା ରେ କୋଉଠି ଯେପରି ଅଘଟଣ ନହୁଏ ଏଥିପାଇଁ ସତର୍କ ହେବାକୁ କର୍ମକର୍ତା ମାନେ ନାରା ବାଜି କରି, ସରକାର ଏମାନଙ୍କ ଅନୁପ୍ରବେଶ କୁ ରୋକ, ଜାଗରଣ କରି ବାପରେ, ଜାତୀୟ ରାଜ ପଥ ରେ ଗାଡି ଚଳାଚଳ ସ୍ୱଭାବିକ ହୋଇ ଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande