
କେନ୍ଦୁଝର, ୧୮ ନଭେମ୍ବର(ହି.ସ.) – ବାଂଶପାଳ ଅଂଚଳରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର ଘଟଣାରେ କେନ୍ଦୁଝର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ୧୨ ଘଂଟିଆ କେନ୍ଦୁଝର ବନ୍ଦ ଡାକରା ଦିଆଯାଇଥିଲା। ବଙ୍ଗାଳି ମୁସଲମାନ ଯୁବକଙ୍କ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ ବଙ୍ଗାଳି ମୁସଲମାନ ଓ ବାଙ୍ଗଳାଦେଶୀଙ୍କୁ ହଟାଇବା ପାଇଁ ଦାବି କରିଥିଲେ। ପାଟଣା ଥାନା ଅଂଚଳରେ ବିଭିନ୍ନ ସ୍ଥାନରୁ ବହୁ ମହିଳା ଓ ଯୁବତୀଙ୍କୁ ପ୍ରଲୋଭନ ଦେଇ ସେମାନଙ୍କ ରାଜ୍ୟକୁ ନେଇ ଯିବାର ଅଭିଯୋଗ ଥିବାରୁ ସମଗ୍ର ପାଟଣା ବ୍ଲକ ଅଂଚଳରେ ବନ୍ଦ ଡାକରାକୁ ଅଭୂତ ପୂର୍ବ ସମର୍ଥନ ମିଳିଥିଲା। ବିଶ୍ୱହିନ୍ଦୁ ପରିଷଦ କର୍ମୀମାନେ ୨୨୦ ନମ୍ବର ଜାତୀୟ ରାଜପଥ ପାଟଣାରୁ ସାହାରପଡ଼ା, ଢେଙ୍କିକୋଟ ଯାଏ ଯାନବାହନ ଅଟ ହନ ଅଟକ ରଖିବାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହାଛଡ଼ା ଦୋକାନ ବଜାର, ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟାଙ୍କ, ଡାକଘର, ବ୍ଲକ କାର୍ଯ୍ୟାଳୟ, ଆଦି ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଯାଇ ବିଶ୍ୱହିନ୍ଦୁ ପରିଷଦ କର୍ମୀମାନେ ବନ୍ଦ କରାଇଥିଲେ। ଫଳରେ ବଜାର ଅଂଚଳ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ପଡ଼ିଥିଲା। ଭି.ଏଚ୍.ପି. କର୍ମୀମାନେ ବନ୍ଦ ଡାକରା ବ୍ୟାନର ଧରି ରାସ୍ତା ଅବରୋଧ କରି କରିଥିଲେ। ଆନ୍ଦୋଳନ କାର ରୀମାନେ ପାଟଣା ଥାନାକୁ ଯାଇ ପାଟଣା ଥାନାଧିକାରୀ ସ୍ୱରୂପ ନାଏକଙ୍କୁ ପାଟଣା ଅଂଚଳରେ ବଙ୍ଗାଳି ମୁସଲମାନମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରି ଏ ଅଂଚଳରୁ ହଟାଇବା ପାଇଁ ଦାବି ପତ୍ର ଦେଇଥିଲେ। ଏହି ଆନ୍ଦୋଳନରେ ପାଟଣା ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ସଭାପତି ସନାତନ ଦାଶ, ସମ୍ପାଦକ ଡମ୍ବରୁଧର ମହାନ୍ତି, ଧର୍ମ ଜାଗରଣ ସମିତି ଜିଲ୍ଲା ସଂଯୋଜକ ବିରଂଚି ମହାନ୍ତି, ଉପସଭାପତି କୃଷ୍ଣ ମହାନ୍ତି, ବଜରଙ୍ଗ ପ୍ରମୁଖ ସୁଜିତ କୁମାର ଦାଶ, ସୁବ୍ରତ କୁମାର ଦ୍ୱିବେଦୀ, ବରିଷ୍ଠ କାର୍ଯ୍ୟକର୍ତା ଦୁର୍ଗାଚରଣ ନାଏକ, ରବୀନ୍ଦ୍ର ରାମ, ରବୀନ୍ଦ୍ର ମହାନୁ, ମଙ୍ଗଳୁ ବାରିକ, ସଂଜୀବ ମହାନୁ, ଚତୁର୍ଭୁଜ ମହାନ୍ତି, ବ୍ରଜ ସେଠୀ, ସଞ୍ଜୟ ପଲେଇ, ଅଭିଷେକ ଦାଶ, ପ୍ରକାଶ ସେଠୀ, ଯୁଧୂଷ୍ଠିର ମହାନ୍ତି, ଜ୍ୟୋତିନ୍ଦ୍ର ନାଥ ଦାଶ, ମୋହନ ମହାନ୍ତି, ଅୟସ କାନ୍ଥ ନାୟକ, ଝୁଲୁ ମହାନ୍ତି, ଦୁଲ୍ଲଭ ଦାଶ, ମଧୁସୂଦନ ମହାନ୍ତି, ଆଲୋକ ସାହୁ, ଚିରଞ୍ଜିବି ଦାଶ, ଭରତ ମହାନ୍ତି, ଗିରିଧାରୀ ମହାନ୍ତି, ପ୍ରମୁଖ ବନ୍ଦ ର ନେତୃତ୍ୱ ନେଇଥିଲେ। ପାଟଣା ଅଂଚଳରେ ଶାନ୍ତିଶୃଙ୍ଖଳାର ସହିତ ବନ୍ଦ ସଫଳ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA