ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଉ - ସିପିଆଇଏମ୍
ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ)- ସାଲିଆସାହିରେ ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)। ଦଳର ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ସାଲିଆ ସାହି - ଆଦିବାସୀ ଗାଁ ହେଉଛି ସାଲିଆ ସାହିର ମୂଳ ବାସିନ୍ଦା। ଆଦିବା
ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଉ - ସିପିଆଇଏମ୍


ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ)- ସାଲିଆସାହିରେ ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)। ଦଳର ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି

ସାଲିଆ ସାହି - ଆଦିବାସୀ ଗାଁ ହେଉଛି ସାଲିଆ ସାହିର ମୂଳ ବାସିନ୍ଦା। ଆଦିବାସୀ ବସ୍ତି ବାସିନ୍ଦାଙ୍କୁ ଡବଲ ଇଞ୍ଜିନ ବିଜେପି ସରକାର ବୁଲ ଡୋଜର ଲଗାଇ ନିଶ୍ୱ ଏବଂ ଅସହାୟ କରିଦେଲେ। ଜଙ୍ଗଲ ଅଧିକାର ଆଇନ -୨୦୦୬, ବସ୍ତି ବାସିନ୍ଦାଙ୍କ ପାଇଁ ଥିବା ଜମି ଅଧିକାର ଆଇନ -୨୦୧୮ ଏବଂ ଆମ ସମ୍ବିଧାନ ରେ ରହିଥିବା ବଞ୍ଚିବାର ତଥା ବାସଗୃହ ର ଅଧିକାର କୁ ସରକାର ଉଲ୍ଲଂଘନ କରିଛନ୍ତି।

୬୦୦ ବର୍ଗ ଫୁଟ ଜମି ଦିଆଯିବ ବୋଲି ନିର୍ବାଚନ ବେଳେ ଚିତ୍କାର କରି ଭାଷଣ ଦେଇଥିବା ଭୁବନେଶ୍ୱର ସାଂସଦ ମହାଶୟା ଲୋକଙ୍କ ବିରୋଧରେ ସରକାର ଏବଂ ବୃହତ୍ କର୍ପୋରେଟଙ୍କ ସପକ୍ଷ ରେ ରହି ଚୁପ୍ ହୋଇଯାଇଛନ୍ତି।ସରକାର ଅବିଳମ୍ବେ ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦା ମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଭାବେ ଥଇଥାନ କରିବା ପାଇଁ ସି ପି ଆଇ ( ଏମ୍‌) ଓଡ଼ିଆ ରାଜ୍ୟ କମିଟି ଦାବି କରିଛି।

ଆଜି ସି ପି ଆଇ (ଏମ୍‌) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ୱର ଆଞ୍ଚଳିକ କମିଟି ସମ୍ପାଦକ ପ୍ରଦୀପ୍ତ ନାୟକ, ଆଦିବାସୀ ନେତା ସାଲ ମାର୍ଣ୍ଡି, ଶ୍ରମିକ ନେତା ପ୍ରଭାତ ପାଣହୀ, ବସ୍ତିବାସିନ୍ଦାଙ୍କ ନେତା ଚାମ୍ବୁରୁ ସୋରେନ ଏବଂ ମହିଳା ନେତ୍ରୀ ନିରୂପମା ନାୟକ ପ୍ରମୁଖ ନେତୃବୃନ୍ଦ ସାଲିଆ ସାହି ଆଦିବାସୀ ଗାଁ ରେ ଚାଲିଥିବା ବସ୍ତି ଉଚ୍ଛେଦ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ସାଲ ମାର୍ଣ୍ଡି ସମେତ ଅନେକ ନେତାଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା।ସି ପି ଆଇ(ଏମ୍‌) ନେତୃବୃନ୍ଦ ଘଟଣାସ୍ଥଳରେ ଅସହାୟ ଲୋକଙ୍କ ପାଖରେ ପହଂଚିଛନ୍ତି । ଆନ୍ଦୋଳନକାରୀଙ୍କୁ ଗିରଫଦାରୀ ଏବଂ ସରକାରୀ ଦମନ କୁ ସି ପି ଆଇ ( ଏମ୍‌) ଓଡ଼ିଶା ରାଜ୍ୟ କମିଟି ତୀବ୍ର ନିନ୍ଦା କରିଛି ।

ଓଡ଼ିଶାର ଡବଲ ଇଞ୍ଜିନ ବିଜେପି ସରକାର ଭୁବନେଶ୍ୱର, ସାଲିଆ ସାହି ର ଆଦିବାସୀ ଗାଁ ର ୫୫୬ ଆଦିବାସୀ ଏବଂ ଅଣ ଆଦିବାସୀ ଶ୍ରମିକ-ଖଟିଖିଆ ପରିବାରଙ୍କ ଝୁମ୍ପୁଡ଼ି ଘରକୁ ବୁଲଡୋଜ କରି ମାଟିରେ ମିଶାଇ ଦେବାର ଜନ ବିରୋଧୀ ନୀତି ବିରୋଧ ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବା ପାଇଁ ସି ପି ଆଇ (ଏମ୍‌) ଆହ୍ୱାନ ଜଣାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande