ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଦାବିପତ୍ର ପ୍ରଦାନ
କୋରେଇ, ୧୮ ନଭେମ୍ବର (ହି.ସ.)- ଯାଜପୁର ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ବିଭାଗର ଦାୟିତ୍ୱହୀନତା କାରଣରୁ ବର୍ତମାନ ପ୍ରତି ଗ୍ରାମରେ ବେଆଇନ ମଦ ବିକ୍ରୀ ଏକ ନିତିଦିନିଆରେ ପରିଣତ ହୋଇଗଲାଣି । ଯୁବକ ଠାରୁ ବୁଢା ଯାଏଁ ଗ୍ରାମରେ ଖୋଲିଥିବା ଚୋରା ମଦ ପିଇ ଗ୍ରାମରେ ବିଭିନ୍ନ ଅପରାଧ ତଥା ଅସାମାଜିକ କାର୍
ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଦାବିପତ୍ର ପ୍ରଦାନ


କୋରେଇ, ୧୮ ନଭେମ୍ବର (ହି.ସ.)- ଯାଜପୁର ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ବିଭାଗର ଦାୟିତ୍ୱହୀନତା କାରଣରୁ ବର୍ତମାନ ପ୍ରତି ଗ୍ରାମରେ ବେଆଇନ ମଦ ବିକ୍ରୀ ଏକ ନିତିଦିନିଆରେ ପରିଣତ ହୋଇଗଲାଣି । ଯୁବକ ଠାରୁ ବୁଢା ଯାଏଁ ଗ୍ରାମରେ ଖୋଲିଥିବା ଚୋରା ମଦ ପିଇ ଗ୍ରାମରେ ବିଭିନ୍ନ ଅପରାଧ ତଥା ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଫଳରେ ଗ୍ରାମର ପ୍ରତି ଘରେ ଅଶାନ୍ତିର ବାତାବାରଣ ସୃଷ୍ଟି ହେଉଛି । ଏ ନେଇ ପାଣିକୋଇଲି ଥାନା ଓ ଯାଜପୁର ରୋଡ଼ ଅବକାରୀ ବିଭାଗ ଅଧିନସ୍ଥ ତଣ୍ଡରା ପଂଚାୟତର ଜନସାଧାରଣ ନିଜ ପଂଚାୟତକୁ ନିଶା ମୁକ୍ତ କରିବା ଲାଗି ଅଂଟା ଭିଡ଼ିଛନ୍ତି । ଏ ନେଇ ପଂଚାୟତର ପ୍ରତି ୱାର୍ଡ଼ରେ ବୈଠକ କରି ଜନମତ ସଂଗ୍ରହ କରିବା ପରେ ପଂଚାୟତର ସଚେତନ ନାଗରିକ ପ୍ରସନ୍ନ କୁମାର ସ୍ୱାଇଁ, ମାଧବ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ସ୍ୱାଇଁ, ସନ୍ତୋଷ ସ୍ୱାଇଁ. ସତ୍ୟରଂଜନ ଖଣ୍ଡାଇ, ସୋମ୍ୟ ରଂଜନ ପରିଡ଼ା, ପୂର୍ଣ୍ଣ ଚନ୍ଦ୍ର ପରିଡ଼ାଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ମାନେ ଯାଜପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଥାନାଧିକାରୀଙ୍କୁ ଭେଟି ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଲାଗି ଅନୁରୋଧ କରିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ରଂଜିତ ମହାନ୍ତି ପ୍ରତିଶୃତି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande