ଦ୍ବିତୀୟ ଥର ପାଇଁ ଓଡିଶାର ସମ୍ବଲପୁରରେ ଜାତୀୟ ସଡକ ସାଇକ୍ଲିଙ୍ଗ ଚାମ୍ପିଅନ ସିପ୍–୨୦୨୫
ଦ୍ବିତୀୟ ଥର ପାଇଁ ଓଡିଶାର ସମ୍ବଲପୁରରେ ଜାତୀୟ ସଡକ ସାଇକ୍ଲିଙ୍ଗ ଚାମ୍ପିଅନ ସିପ୍–୨୦୨୫
ଦ୍ବିତୀୟ ଥର ପାଇଁ ଓଡିଶାର ସମ୍ବଲପୁରରେ ଜାତୀୟ ସଡକ ସାଇକ୍ଲିଙ୍ଗ ଚାମ୍ପିଅନ ସିପ୍–୨୦୨୫


ସମ୍ବଲପୁର, ୧୮ ନଭେମ୍ବର (ହି.ସ.) ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜାତୀୟ ସାଇକେଲ ଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ସାଇକଲ ଫେଡେରେସନ ଅଫ ଇଣ୍ଡିଆର କ୍ବାମିସର ଏମ୍ କେ ପୁଷ୍ପା, ଟେକ୍ନିକାଲ ହେଡ୍ ଅଜିତ ସିଂ, ଓଡ଼ିଶା ସାଇକଲ ଆସୋସିଏସନର ଜେନେରାଲ ସେକ୍ରେଟାରୀ ପ୍ରସନ୍ନ ରାଉତ ପ୍ରମୁଖ ସମ୍ମିଳନୀରେ ଯୋଗ ଦେଇ ବିଭିନ୍ନ ସୂଚନା ଦେଇଥିଲେ ।

୩୦ତମ ନ୍ଯାସନାଲ୍ ରୋଡ୍ ସାଇକ୍ଲିଙ୍ଗ ଚାମ୍ପିଅନ ସିପ୍–୨୦୨୫ ଆସନ୍ତା ଡିସେମ୍ବର ମାସ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରେ ଆୟୋଜିତ ହେବ । ସାଇକ୍ଲିଙ୍ଗ ଫେଡେରେସନ୍ ଅଫ୍ ଇଣ୍ଡିଆ ର ଅଧିନରେ ଓଡିଶା ସାଇକ୍ଲିଙ୍ଗ ଏସୋସିଏସନ୍ ଦ୍ୱାରା ଏହି ଚାମ୍ପିଅନସିପ୍ ଆୟୋଜନ କରାଯାଉଛି । ଏହା ପାଇଁ ଓଡିଶା ସରକାର ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯାଇଛି । ପୂର୍ବବର୍ଷ ପୁରୀରେ ସଫଳତାର ସହ ଆୟୋଜିତ ୨୯ତମ ନ୍ଯାସନାଲ୍ ରୋଡ୍ ସାଇକ୍ଲିଙ୍ଗ ଚାମ୍ପିଅନସିପ୍ ପରେ ଓଡିଶା ପକ୍ଷରୁ ଏହା ଦ୍ବିତୀୟ ପର୍ଯ୍ୟାୟର ଆୟୋଜନ ।

ଭାଗିଦାରୀ ଓ ପରିସର ସମ୍ପର୍କରେ

ଯାହା ସୂଚନା ଅଛି, ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରେ ଜାତୀୟ ସଡକ ସାଇକ୍ଲିଙ୍ଗ ଚାମ୍ପିଅନସିପ୍ ଆୟୋଜିତ ହେବ, ଯାହା ଏକ ଐତିହାସିକ ଘଟଣା । ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧, ହଜାରରୁ ଅଧିକ ସାଇକ୍ଲିଷ୍ଟ ଏହି ପ୍ରତିଯୋଗିତାରେ ଭାଗ ନେବେ । ସେଥିରୁ ପ୍ରାୟ ୪ଶହ ଜଣ ମହିଳା ପ୍ରତିଯୋଗୀ ଅଛନ୍ତି, ଯାହା ମହିଳା ମାନଙ୍କ ଭାଗୀଦାରିରେ ଏକ ନୂତନ ଦୃଶ୍ୟପଟ ସୃଷ୍ଟି କରିବ । ଦେଶର ସିନିଅର, ଜୁନିଅର ଓ ସବ୍-ଜୁନିଅର ଖେଳାଳିମାନେ ଏଥିରେ ଅଂଶ ଗ୍ରହଣ କରିବେ। ମ୍ୟାନେଜର୍ସ ମିଟିଂ ୨୦୨୫ ଡିସେମ୍ବର ୧ ତାରିଖରେ ହେବ ଓ ଡିସେମ୍ବର ୨ ତାରିଖ ଦିନ ସକାଳ ୯ଟାରେ ଆଧିକାରିକ ଫ୍ଲାଗ୍-ଅଫ୍ କରାଯିବ । ଓଡିଶା ସାଇକ୍ଲିଙ୍ଗ ଏସୋସିଏସନ୍ ମାନଙ୍କ ପକ୍ଷରୁ ସମସ୍ତ ଖେଳାଳି, କୋଚ୍, ମ୍ୟାନେଜର୍ ଓ ଟେକ୍ନିକଲ୍ ଅଫିସିଆଲ୍ ମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ, ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ସମ୍ପୂର୍ଣ୍ଣ ଭାବେ ବ୍ୟବସ୍ଥା କରାଯାଇଛି ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟି ପକ୍ଷରୁ ଜଣାଯାଇଛି । ସେହିପରି

ରେସ୍ ବର୍ଗ, ଦୂରତା ଓ ରୁଟ୍ ସମ୍ପର୍କରେ ସିନିଅର, ଜୁନିଅର ଓ ସବ୍-ଜୁନିଅର ଶ୍ରେଣୀରେ ମୋଟ ୨୫ଟି ଇଭେଣ୍ଟ ଆୟୋଜିତ ହେବ । ସବ୍-ଜୁନିଅର ଶ୍ରେଣୀ ପାଇଁ ନ୍ୟୁନତମ ଦୂରତା ୨୦ କି.ମି. । ସିନିଅର ପୁରୁଷଙ୍କ ପାଇଁ ସର୍ବାଧିକ ଦୂରତା ୧୫୦ କି.ମି.ବିଭିନ୍ନ ବର୍ଗ ଅନୁଯାୟୀ ମାଧ୍ୟମ ଗତି ପ୍ରତିଘଣ୍ଟା ୪୮–୫୫ କି.ମି. ରହିବ ।

ରେସ୍ ସମ୍ପାଦନା ପାଇଁ ଏନ୍‌ଏଚ୍–୫୫ ର ମା ବାଟମଙ୍ଗଳା ଛକରୁ ମାନେଶ୍ବର ପର୍ଯ୍ୟନ୍ତ ୧୦ କି.ମି. ରାସ୍ତାକୁ ପୂର୍ଣ୍ଣ ଭାବେ ବନ୍ଦ କରି ସଫା-ସୁତୁରା କରାଯାଇ, ବିଶ୍ୱ ମାନଙ୍କ ଅନୁଯାୟୀ ପ୍ରସ୍ତୁତ କରାଯିବ । ଏହା ପାଇଁ ରୁଟ୍ ସୱିପିଂ, ଟ୍ରାଫିକ୍-ଫ୍ରି କରିଡୋର୍, ଆପାତକାଳୀନ ଚିକିତ୍ସା ସୁବିଧା, ଟେକ୍ନିକଲ୍ ଅଫିସିଆଲ୍ ମାନଙ୍କ ନିଯୁକ୍ତି ଓ ପ୍ରେକ୍ଷକ ସୁରକ୍ଷା ବ୍ୟବସ୍ଥା ରହିବ । ଆନ୍ତର୍ଜାତୀୟ ଭାଗୀଦାରି ପାଇଁ ପଥ -

ଏହି ଚାମ୍ପିଅନସିପ୍ ରେ ଶ୍ରେଷ୍ଠ ପଦର୍ଶନ କରିଥିବା ଖେଳାଳି ମାନଙ୍କୁ ଜାପାନରେ ହେବାକୁ ଥିବା ଆସନ୍ତା ଏସିଆନ୍ ଗେମ୍ସ, ପାଇଁ ଭାରତର ପକ୍ଷରୁ ମନୋନୀତ କରାଯିବ । ଏହା ଦ୍ୱାରା ଭାରତର ଆଗାମୀ ଆନ୍ତର୍ଜାତୀୟ ସାଇକ୍ଲିଙ୍ଗ କ୍ଷେତ୍ରର ଭବିଷ୍ୟତ ଗଢ଼ି ଉଠିବ ।

ଆର୍ଥିକ ଓ କ୍ରୀଡା ପ୍ରଭାବ ସମ୍ପର୍କରେ -ଏହି ଚାମ୍ପିଅନସିପ୍ ମାଧ୍ୟମରେ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ଉଚ୍ଚ ମାନଙ୍କର ରେସିଂ ସାଇକେଲ ଓ ଉପକରଣ ସମ୍ବଲପୁରରେ ପହଞ୍ଚିବ । ଏହା ଦ୍ୱାରା ପଶ୍ଚିମ ଓଡିଶା ଅଞ୍ଚଳ ଆଧୁନିକ ସାଇକ୍ଲିଙ୍ଗ ପ୍ରଯୁକ୍ତି, ପ୍ରୋଫେସନାଲ୍ ରେସିଂ ସେଟଅପ୍ ଓ ମଡର୍ନ୍ ଟ୍ରେନିଂ ସ୍ଟାଣ୍ଡାର୍ଡ ସହ ପରିଚିତ ହେବ । ସାଇକ୍ଲିଙ୍ଗ ପ୍ରଚାର ଓ ଯୋଜନା ସମ୍ପର୍କରେ -

ଯୁବମାନଙ୍କ ମଧ୍ୟରେ ସାଇକ୍ଲିଙ୍ଗ ନେଇ ସଚେତନତା ବଢ଼ାଇବା, ଓଡିଶାରେ ପ୍ରତିଯୋଗାତ୍ମକ ସାଇକ୍ଲିଙ୍ଗ ସଂସ୍କୃତିକୁ ସୁଦୃଢ କରିବା, ସମ୍ବଲପୁର ଓ ପଶ୍ଚିମ ଓଡିଶା ଅଞ୍ଚଳରୁ ନୂତନ ଖେଳାଳି ଉଦ୍ଭବିତ ହେବାକୁ ପ୍ରେରିତ କରିବା– ପାଇଁ ଓଡିଶା ସାଇକ୍ଲିଙ୍ଗ ଏସୋସିଏସନ୍ ଲକ୍ଷ୍ୟ ରଖିଛି ।ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍କୁଲ୍ ଓ କଲେଜ୍ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଯୋଗିତା ଦେଖିବା ଓ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆମନ୍ତ୍ରଣ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande