ଗଡତିଆ ସ୍ମୃତି କମିଟି ଏବଂ ଗଣ୍ଡ ସମାଜ ତରଫରୁ ମିଳିତ ଭାବେ ଶୌର୍ଯ୍ୟ ର୍ଦିବସ ପାଳିତ
ଗଡତିଆ ସ୍ମୃତି କମିଟି ଏବଂ ଗଣ୍ଡ ସମାଜ ତରଫରୁ ମିଳିତ ଭାବେ ଶୌର୍ଯ୍ୟ ର୍ଦିବସ ପାଳିତ
ଗଡତିଆ ସ୍ମୃତି କମିଟି ଏବଂ ଗଣ୍ଡ ସମାଜ ତରଫରୁ ମିଳିତ ଭାବେ ଶୌର୍ଯ୍ୟ ର୍ଦିବସ


ସମ୍ବଲପୁର, ୧୮ ନଭେମ୍ବର (ହି.ସ.) ଆଜି ସହିଦ ମଧୁ ଗଡତିଆ ସ୍ମୃତି କମିଟି ଏବଂ ଗଣ୍ଡ ସମାଜ ତରଫରୁ ମିଳିତ ଭାବେ ଶୌର୍ଯ୍ୟ ର୍ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ କଲେଜ ପରିସରସରେ ଛାତ୍ର ଛାତ୍ରୀ, ସହିଦ ମଧୁ ଗଡତିଆ ସ୍ମୃତି କମିଟି ସଦସ୍ୟ, ଗଣ୍ଡ ସମାଜ ର ସଦସ୍ୟ ଏବଂ ସାଧାରଣ ଜନତାଙ୍କୁ ନେଇ ସହୀଦ ମଧୁଗଡ଼ତିଆ ଙ୍କ ସ୍ମୃତିସ୍ଟମ୍ଭ ଓ ବୀର ସରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ମଧୁ ଗଡତିଆ ଗ୍ରାମୀଣ ଉଦ୍ୟାନ ପର୍ଯ୍ୟନ୍ତ ଯାଇ, ସେଠାରେ ଥିବା ସହିଦ ମଧୁ ଗଡତିଆ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l ଏହି ଅବସରେ ସ୍ଥାନୀୟ ପ୍ରଶାସନ ରୁ ପିଡି ଡିଆରଡିଏ ପ୍ରସନ୍ନ ପାତ୍ର,ଏସଡିପିଓ ପ୍ରଶାନ୍ତ ମେହେର,ବିଡ଼ିଓ ରାଜେଶ ଏକ୍କା, ତହସିଲଦାର ପ୍ରଭାସ ବୁଡ଼େକ, ପଂଚାୟତ ସମିତି ଅଧକ୍ଷ୍ୟା ଶ୍ରୀମତୀ ମମତା ନାଏକ, ସରପଞ୍ଚ ଶ୍ରୀମତୀ ବାସନ୍ତୀ ପ୍ରଧାନ, ସମିତି ସଭ୍ୟ ଜୟନ୍ତ ପ୍ରଧାନ, ସ୍ଥାନୀୟ ଜମିଦାର ଭୂପିନ୍ଦର ସିଂହ, ଗଡ଼ଲୋଇସିଂହ ଜମିଦାର ପ୍ରଶାନ୍ତ କୁମାର ସିଂହ, ପୂର୍ବତନ ବ୍ଲକ ଅଧକ୍ଷ୍ୟ ଅଶ୍ୱିନୀ କୁମୁରା, ସ୍ମୃତି କମିଟି ସଭାପତି କଲ୍ୟାଣ ପ୍ରଧାନ, ସମ୍ପାଦକ ରଜନୀକାନ୍ତ ପାଣିଗ୍ରାହୀ, ଗଣ୍ଡ ସମାଜ ସଦସ୍ୟ ପ୍ରଫୁଲ କୁମାର ସିଂହ, ଅବଦୁଲ୍ଲା ମାଝୀ, ଶିକ୍ଷାlବିତ ତଥା କମିଟି ର ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, ବନମାଳୀ ମିଶ୍ର, କଲେଜ ଅଧ୍ୟକ୍ଷ ବିଜୟ ପ୍ରଧାନ,ଜୁଜୋମୁରା ଥାନା ଅଧିକାରୀ ସଞ୍ଜୟ ରାଉତ ଲୁଲୁ ନାଏକ, ନୃସିଙ୍ଗ ଦେହୁରୀ, ଝସକେତନ ଭୋଇ, ଅବନୀ କୁମୁରା ପ୍ରମୁଖ ମାଲ୍ୟାର୍ପଣ କରି ସହିଦ ମଧୁ ଗଡ଼ତିଆଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେ ସ୍ଥାନିୟ କଲେଜ ପ୍ରେକ୍ଷାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଦିବ୍ୟ କିଶୋର ପ୍ରଧାନ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ କାର୍ଯ୍ୟକ୍ରମରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ସଭାରେ ଉପସ୍ଥିତ ସମସ୍ତ ଅତିଥି ମାନେ ଆଗକୁ ଶୋର୍ଯ୍ୟ ଦିବସ କୁ କିଭଳି ଭାବରେ ଅଧିକରୁ ଅଧିକ ଅଂଚଳବାସୀ, ଛାତ୍ର ଛାତ୍ରୀ ତଥା ସମଗ୍ର ଦେଶବାସୀ ସ୍ଥାନୀୟ ସହିଦ ମଧୁ ଗଡ଼ତିଆଙ୍କ ଇତିହାସ ବାବଦରେ ଅବଗତ ହୋଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ମଞ୍ଚାସିଂନ ଅତିଥି ମାନେ ଅନୁରୋଧ କରି ସ୍ଥାନୀୟ ହକି ଷ୍ଟାଡିୟମ ଊ ଗ୍ରାମୀଣ ପାର୍କ କୁ ମଧୁଗଡଟିଆ ଙ୍କ ନାମରେ ନାମିତ କରିବାକୁ ଓ ଆଗାମୀ ଦିନରେ ମଧୁଗଡତିଆ ସ୍ମୃତିସମିତି ଓ ସ୍ଥାନୀୟ କଲେଜ ତଥା ଗଣ୍ଡ ସମାଜ ମିଳିତ ଭାବେ ଏହି ଉତ୍ସବ କୁ ପାଳନ କରିବା ପାଇଁ ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା ଙ୍କ ପ୍ରସ୍ତାବ କୁ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା।ପରିଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଇପ୍ସିତା ପ୍ରଧାନ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅଧ୍ୟାପକ ଶୁଶୀଳ ଶତପଥୀ ଓ କଲେଜ ର ଅନ୍ୟ ସହକର୍ମୀ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande