ଗୁରୁକୂଳ ଅବାସିକ ବିଦ୍ୟାଳୟରେ ବିଦ୍ୟାର୍ଥୀ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଶିବିର
କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ସହର ସଂଲଗ୍ନ ଗରାପୁର ଠାରେ ଥିବା ଗୁରୁକୂଳ ଅବାସିକ ବିଦ୍ୟାଳୟ ରେ ବିଦ୍ୟାର୍ଥୀ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଯୋଗ ସୃଜେତା ମହୋତ୍ସବ ସମିତି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ବିଶ୍ୱ ରଞ୍ଜନ ରଥ,
ଗୁରୁକୂଳ ଅବାସିକ ବିଦ୍ୟାଳୟରେ ବିଦ୍ୟାର୍ଥୀ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଶିବିର


କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ସହର ସଂଲଗ୍ନ ଗରାପୁର ଠାରେ ଥିବା ଗୁରୁକୂଳ ଅବାସିକ ବିଦ୍ୟାଳୟ ରେ ବିଦ୍ୟାର୍ଥୀ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଯୋଗ ସୃଜେତା ମହୋତ୍ସବ ସମିତି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ବିଶ୍ୱ ରଞ୍ଜନ ରଥ, ଗାୟତ୍ରୀ ପରିବାରର ନାରାୟଣ ପଣ୍ଡା, ମନସ ବେହେରା, ଶିବ ପ୍ରସାଦ ରଣା, ବଳରାମ ବେହେରା, ବାବାଜୀ ଚରଣ ମୁଦୁଲି, ସୁଶାନ୍ତ ତ୍ରିପାଠୀ, ବରାହ ଚରଣ ଦାସ, ଟଫିକ ଖାନ, ବନଜା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଶିଖାଇବା ସହିତ ଯୋଗର ଉପକାରିତା ସଂପର୍କରେ ବୁଝାଇଥିଲେ । ସ୍କୁଲର ପ୍ରତିଷ୍ଠାତା ତଥା ସମାଜସେବୀ ଅଭିମନ୍ୟୁ ଗୋଛାୟତଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande