
ଜୟପୁର, 18 ନଭେମ୍ବର (ହି.ସ.)ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିବା କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରି ଗ୍ରାମ ଠାରେ ଓଡିଶା ସରକାରଙ୍କ ଦ୍ଵାରା ଜୀବନ ଜୀବିକା ସମ୍ପର୍କ ମେଳାର ଆୟୋଜନ କରାଯାଇଛି। ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଏବଂ କୋରାପୁଟ ଜିଲ୍ଲା ଆଇ ଟି ଡି ଏ ବିଭାଗ ର ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଟି ଆୟୋଜନ କରାଯାଇଛି। ସ୍ଥାନୀୟ ମହିଳା ମାନଙ୍କ କିଭଳି ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ ସେଥିନେଇ ସଚେତନ କରାଯାଇଥିଲା।ମହିଳା ମାନେ ମହୁ,ଷ୍ଟବେରି ଚାଷ ଏବଂ ମାଣ୍ଡିଆ ରୁ ପଦାର୍ଥ ବନେଇ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରି ପାରିବେ ଆଦି ବିଷୟ ନେଇ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମ ଟିକୁ ବ୍ଲକର ଅନ୍ୟ କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି