
କେନ୍ଦୁଝର, 18 ନଭେମ୍ବର (ହି.ସ.)ଚଳିତ ବର୍ଷ ରାଜ୍ୟ ହ୍ୟାଣ୍ଡବଲ ସଂଘ ଆନୁକୁଲ୍ୟରେ ପୁରି ଠାରେ ୩୮ ତମ ଆନ୍ତଃରାଜ୍ୟ ସିନିୟର ପୁରୁଷ ଓ ମହିଳା ହାଣ୍ଡବଲ ଚମ୍ପିଆନସିପ ଅନୁଷ୍ଠିତ ହେଇ ଯାଇଛି । ଯାହା ଚଳିତ ମାସ ୧୪ ତାରିଖରୁ ୧୬ ତାରିଖ ତିନି ଦିନ ଧରି ଚାଲିଥିଲା । ଯେଉଁଥିରେ ରାଜ୍ୟର ୨୨ଟି ପୁରୁଷ ଓ ୧୬ଟି ମହିଳା ଦଳ ଭାଗ ନେଇଥିଲେ ।ରାଜ୍ୟ ଅଲମ୍ପିକ ସଂଘର ସଭାପତି ସମିର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ।
ଏହି ଖେଳରେ ପୁରୁଷ ଦଳ ନିଜ ଗ୍ରୃଫ ରେ ସମସ୍ତ ମ୍ୟାଚ ଜିତି ପୁଲ ଟପ କରିଥିଲା । ପରେ ପୁରି କୁ ସେମି ଫାଇନାଲ ରେ ୩୩ - ୨୦ ଗୋଲ ହରାଇ ଫାଇନାଲ ରେ ପ୍ରବେସ କରିଥିଲେ । ଅନ୍ୟପଟେ ଗଞ୍ଜାମ ଓ ଯାଜପୁର ମଧ୍ୟରେ ସେମିଫାଇନାଲ ମ୍ୟାଚ ହୋଇଥିଲା । ଯେଉଁଥିରେ ଗଞ୍ଜାମ ଯାଜପୁର କୁ ୪ଟି ଗୋଲ ରେ ହରାଇ ଫାଇନାଲକୁ ଆସିଥିଲା । ଫାଇନାଲ ମ୍ୟାଚ ଟି ଅତି ରୋମାଞ୍ଚକର ହୋଇଥିଲା । ଖେଳ ଆରମ୍ଭ ରୁ କେନ୍ଦୁଝର ନିଜର ଦବଦବା ଜାରି ରଖି ୩୪ -୨୮, ୬ଟି ଗୋଲ ବ୍ୟବଧାନରେ ଗଞ୍ଜାମକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । ସେହିଭଳି ମହିଳା ବର୍ଗ ରେ ଯାଜପୁର ଗଞ୍ଜାମକୁ ହରାଇ ଚମ୍ପିଆନ ହୋଇଥିଲା । କେନ୍ଦୁଝର ମହିଳା ଦଳ ଭଲ ଖେଳପ୍ରଦର୍ଶନ ସତ୍ୱେ ୫ ମ ସ୍ଥାନରେ ରହିଥିଲେ ।
ଏହି ଖେଳରେ କେନ୍ଦୁଝରର ରାଜା ରାମ ପଣ୍ଡା ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେ । ଶେଷରେ ପୁରୀ ର ପୂର୍ବତନ ବିଧାୟକ ଜୟନ୍ତ ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA