କୁମାରବସ୍ତ ଲୋକନାଥଦେବ କ୍ରିକେଟ ଟୁର୍ନାମେଣ୍ଟ ଅରିସାଲ ଓ ଶୁଆଙ୍ଗ ବିଜୟୀ
ଖୋର୍ଦ୍ଧା, 18 ନଭେମ୍ବର (ହି.ସ.)ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଅରିସାଲ ଦଳ କଲ୍ୟାଣପୁର କୁ ୪ ୍ୱିକେଟ ରେ ପରାସ୍ତ କରିଛି ‌।କଲ୍ୟାଣପୁର ଦଳ ପ୍ରଥମେ ବ୍ୟାଟିଂ କରି
କ୍ରିକେଟ୍


ଖୋର୍ଦ୍ଧା, 18 ନଭେମ୍ବର (ହି.ସ.)ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଅରିସାଲ ଦଳ କଲ୍ୟାଣପୁର କୁ ୪ ୍ୱିକେଟ ରେ ପରାସ୍ତ କରିଛି ‌।କଲ୍ୟାଣପୁର ଦଳ ପ୍ରଥମେ ବ୍ୟାଟିଂ କରି ପି ସାମନ୍ତରାୟ ଙ୍କ ୬୩ ରନ ସହାୟତାରେ ୧୬୧ ରନ ସଂଗ୍ରହ କରିଥିଲେ। ଜବାବରେ ଅରିସାଲ ଦଳ ପ୍ରବୀଣ ପରିଡା ଙ୍କ ୬୯ ରନ ସହାୟତା ରେ ୧୪ ଓଭର ରେ ୬ ୍ୱିକେଟ ହରାଇ ୧୬୭ କରି ବିଜେତା ହୋଇଥିଲା। ଶ୍ରେଷ୍ଠ ଖେଳାଳି ଭାବେ ପ୍ରବୀନ ପରିଡା ପୁରସ୍କୃତ ହୋଇଥିଲେ। ଦ୍ଵିତୀୟ ମ୍ୟାଚ ରେ ଶୁଅଙ୍ଗ ଦଳ ଭାଲିଆବାଡି ଦଳ କୁ ୩୫ ରନ ରେ ପରାଜିତ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଶୁଅଙ୍ଗ ଦଳ ନିର୍ଦ୍ଧାରିତ ୧୫ ଓଭର ରୁ ୯ ୍ୱିକେଟ ହରାଇ ୧୪୩ ରନ ସଂଗ୍ରହ କରିଥିଲେ। ଜବାବରେ ଭାଲିଆବାଡ଼ି ଦଳ ୧୫ ଓଭର ରେ ୮ ଟି ୍ୱିକେଟ ହରାଇ ୧୦୮ ରନ ରେ ସୀମିତ ରହିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ଶୁଆଙ୍ଗ ଦଳର ବିଶ୍ୱଜିତ ମହାନ୍ତି ଙ୍କୁ ଅମରେନ୍ଦ୍ର ବରାଳ ଓ ନରେନ୍ଦ୍ର ବରାଳ ପୁରସ୍କୃତ କରିଥିଲ।ଖେଳ ଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ, ବି ବି ରାଉତରାୟ, ଶୋଭାକାର ପାତ୍ର ଓ ସୂର୍ଯ୍ୟ ପ୍ରତାପ ଗଜେନ୍ଦ୍ର। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ,ଓ ଅମ୍ଲାନ ରାଉତରାୟ ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ । ଆସନ୍ତାକାଲି ତଥା ବୁଧବାର ପ୍ରଥମ ମ୍ୟାଚ ପଲାଶପୁର ବନାମ ମେଣ୍ଢାଶାଳ ଏବଂ ଦ୍ଵିତୀୟ ମ୍ୟାଚ ଯଦୁପୁର ବନାମ ତମାଣ୍ଡୋ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଦୁର୍ଯ୍ୟୋଧନ ପରିଡା ସୁଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande